ଭୁବନେଶ୍ୱର : ରାଜଧାନୀର ପାୱାର ହାଉସ ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ଗାଡିର ବ୍ରେକ୍ ଫେଲ୍ ହୋଇଯିବାରୁ ପ୍ରଥମେ ଧକ୍କା ଦେଇଥିଲା । ଫଳରେ ୪ଟି କାର୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିଲେ । ସେଠାରେ କିଛି ସମୟ ପାଇଁ ବ୍ୟାପକ ଟ୍ରାଫିକ ସମସ୍ୟା ଲାଗିରହିଥିଲା ।