ଭୁବନେଶ୍ୱର : ପିସିସି ସଭାପତି କରୋନା ପଜିଟିଭ ଚିହ୍ନଟ । କୋଭିଡ଼ି ଚିହ୍ନଟ ହେବା ପରେ ନିରଂଜନ ପଟ୍ଟନାୟକ ଟୁଇଟ କରି ସୂଚନା ଦେଇଛନ୍ତି । ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରିବା ସହିତ ଆଇସୋଲେସନରେ ରହିବାକୁ ସେ ଅନୁରୋଧ କରିଛନ୍ତି । ସେ ଏବେ ଚିକିତ୍ସିତ ହେଉଛନ୍ତି । ଏନେଇ ଟୁଇଟ କରି ଜଣାଇବା ସହ ସମସ୍ତଙ୍କୁ ସତର୍କ ରହିବା ପାଇଁ କହିଛନ୍ତି । ।