(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବରି ମସଜିଦ ମାମଲାର ଶୁଣାଣୀ ନିୟମିତ ଚାଲିଥିବା ବେଳେ ଏବେ ପୁଣି ମଧ୍ୟସ୍ଥତା ପାଇଁ ଯୋଜନା କରାଯାଉଛି । ଦୀର୍ଘ ୨୨ ଦିନ ଶୁଣାଣୀ ପରେ ଏବେ ଉଭୟ ପକ୍ଷ କୋର୍ଟ ବାହାରେ ଆଲୋଚନା କରିବାକୁ ଉଦ୍ୟମ କରୁଛନ୍ତି । ଏଥି ପାଇଁ ମଧ୍ୟସ୍ଥତାର ଆବଶ୍ୟକତା ଅଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସୁଛି ।
ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମ କୋର୍ଟ ଏହି ମାମଲାରେ ୧୫୫ ଦିନ ଯାଏଁ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ । ହିନ୍ଦୁ ଓ ମୁସଲିମ ପାର୍ଟି ଏହି ବିବାଦର ସମାଧାନ କରିବାରେ ସଫଳ ହୋଇପାରି ନଥିଲେ । ସୁପ୍ରିମକୋର୍ଟଙ୍କ ଜଜ ଏଫଏମ କଲିଫୁଲ୍ଲା, ବରିଷ୍ଠ ଓକିଲ ଶ୍ରୀରାମ ପଂଚୁ ଓ ଶ୍ରୀଶ୍ରୀ ରବିଶଙ୍କର । ଏହା ପରେ ସୁପ୍ରିମକୋର୍ଟରେ ଦୈନିକ ଆଧାରରେ ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା ।