(ଜୟନ୍ତ କୁମାର ସେଠୀ / ଗୋପ) ; ପୁଣି ଚର୍ଚ୍ଚା ରେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ମାନବିକତା ଦେଖାଇ ପୁଣି ଚର୍ଚ୍ଚା ପରିସର କୁ ଆସିଲେ ନବ ନିର୍ବାଚିତ ପିପିଲି ବିଧାୟକ ରୁଦ୍ର ମହାରଥୀ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସୁସ୍ଥ ମହିଳାଙ୍କୁ ନିଜ ଗାଡ଼ିରେ ଆଣିଲେ ମେଡିକାଲ। ସୂଚନାନୁସାରେ ଏକ ବାଇକରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ରାସ୍ତାରେ ଯିବା ବାଟରେ ବାଇକ ପଛରେ ବସିଥିବା ମହିଳାଙ୍କର ମୁଣ୍ଡ ବୁଲାଇବାରୁ ତଳେ ପଡିଯାଇଥିଲେ ଏହାପରେ ତାଙ୍କ ସ୍ୱାମୀ ତୁରନ୍ତ ମେଡିକାଲ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ସେହି ସମୟରେ ବିଧାୟକ ପିପିଲି ବ୍ଲକ ଓରକଳ ପଞ୍ଚାୟତରେ ନିଜର ସରକାରୀ କାର୍ୟ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଘଟଣା ଦେଖି ଗାଡିରୁ ଓହ୍ଲାଇ ଆସି ଘଟଣା ସମ୍ପର୍କରେ ବୁଝିଥିଲେ ଏବଂ ମହିଳା ଜଣଙ୍କୁ ସାଙ୍ଗରେ ଥିବା ନିଜର କର୍ମୀ ମାନଙ୍କ ସହଯୋଗରେ ପିପିଲି ମେଡିକାଲ କୁ ଆଣି ଚିକିତ୍ସା କରିଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ନିର୍ବାଚିତ ହେବା ପରେ ଅସହାୟ ଗରିବ ପାଦ ରେ ଚପଲ ପିନ୍ଧାଇବା ଭଳି ଘଟଣା ପାଇଁ ସମସ୍ତ ଙ୍କର ପ୍ରିୟ ପାଲଟି ଥିବା ରୁଦ୍ର ଆଜି ପୁଣିଥରେ ସମସ୍ତ ଙ୍କର ମନ କିଣିଛନ୍ତି ।