( ଭୁବନେଶ୍ୱର / ରିପୋର୍ଟସଟୁଡେ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି।
ପୂର୍ବରୁ ମଧ୍ୟ ଏହି ମାମଲାରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ପ୍ରଥମେ ବଲାଙ୍ଗିର କୋର୍ଟ ଓ ପରେ ହାଇକୋର୍ଟ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଆଜି ମଧ୍ୟ ହାଇକୋର୍ଟ ପକ୍ଷରୁ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।
ଗତ ଫେବୃଆରୀ ୨୩ ତାରିଖରେ ପୁଂଜିଲାଲ ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ଘଟାଇବା ପରେ ଏପ୍ରିଲ ୧୪ରେ ଗିରଫ ହୋଇଥିଲା । ପାଟଣାଗଡ ବାହାଘର ବୋମା ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ନବବଧୂ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ।