ଭୋଟରଙ୍କୁ ହାତେଇବାକୁ ସମ୍ବିତଙ୍କ ନୂଆ ପ୍ରୟାସ

0

( ଆଦର୍ଶ ରାଉତ / ରିପୋର୍ଟସଟୁଡେ): ନିର୍ବାଚନ ପ୍ରଚାର ସମୟରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ମତଦାନ ନିକଟତର ହେବାରେ ଲାଗିଛି ଏବଂ ପ୍ରାର୍ଥୀ ନିଜ ନିଜର ନିର୍ବାଚନ କ୍ଷେତ୍ରରେ ବିଶ୍ଵାସଭାଜନ ହେବା ପାଇଁ ଜନତାଙ୍କ ନିକଟକୁ ଯାଉଛନ୍ତି। ଜାତୀୟ ଗଣମାଧ୍ୟମର ବିତର୍କରେ ସର୍ବଦା ବିଜେପିର ମତ ରଖୁଥିବା ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେ ଓଡ଼ିଶାର ପୁରୀ ଲୋକସଭା ଆସନରେ ନିର୍ବାଚନ ଲଢୁଛନ୍ତି। ପ୍ରାର୍ଥୀ ଘୋଷଣା ହେବା ପରଠୁ ସେ ନିଜର ଲୋକସଭା କ୍ଷେତ୍ରରେ ଜନସଂପର୍କ ଅଭିଯାନକୁ ଜୋରଦାର କରିଛନ୍ତି। ଏହି ସମୟରେ ସେ ଏକ ଗରିବ ପରିବାରର ସଦସ୍ୟଙ୍କୁ ନିଜ ହାତରେ ଖୁଆଇବାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମ୍ବିତ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଭୋଜନ ଖୁଆଉଥିବାର ଭିଡିଓ ସେୟାର କରି ଟ୍ଵିଟ୍ କରି ଲେଖିଛନ୍ତି ଯେ, ପୁରୀର ଏକ ଛୋଟ ଗାଁରେ ଏହି ବୃଦ୍ଧ ବିଧବା ମା ନିଜର ତିନି ଝିଅଙ୍କ ସହିତ ରହୁଛନ୍ତି। ଏଥିରୁ ଦୁଇ ଝିଅ ଦିବ୍ୟାଙ୍ଗ ଓ ପୁଅ ଦିନ ମଜୁରୀ କରି ପରିବାରର ଭୋରଣପୋଷଣ କରୁଛନ୍ତି। ଏହି ମାଙ୍କ ଘର ତିଆରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି।
ଭୋଜନ ଖୁଆଇବାର ଆଉ ଏକ ଭିଡ଼ିଓ ଟ୍ଵିଟ୍ କରି ସେ ଲେଖିଛନ୍ତି ଯେ, ଏହା ମୋର ନିଜର ପରିବାର, ମା ନିଜ ହାତରେ ରୋଷେଇ କରି ମୋତେ ଖୁଆଇଛନ୍ତି। ମୁଁ ମଧ୍ୟ ମୋ ହାତରେ ତାଙ୍କୁ ଖୁଆଇଛି। ମୁଁ ମାନୁଛି ଯେ ତାଙ୍କ ସେବା ହିଁ ଈଶ୍ଵରଙ୍କ ସେବା। ଭିଡ଼ିଓ ଟ୍ଵିଟ୍ କରିବାର ଦୁଇ ଘଣ୍ଟା ମଧ୍ୟରେ ଏହାକୁ ୪୫ ହଜାର ଲୋକ ଦେଖିସାରିଲେଣି। ଏହା ସହିତ ୧୦ ହଜାରରୁ ଅଧିକ ଲାଇକ ଓ ୨୬୦୦ ରିଟ୍ଵିଟ୍ ମଧ୍ୟ ମିଳି ସାରିଛି।