ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭେଟିଲେ ପଞ୍ଜାବୀ ପ୍ରତିନିଧି

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ସହ ପଞ୍ଜାବୀ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଶିଖ୍ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି।
ଆଲୋଚନା ପରେ ପ୍ରତିନିଧି ଦଳର ମୁଖ୍ୟ ବିଧାୟକ ସମରଜିତ୍ ସିଂହ କହିଛନ୍ତି,“ ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି। ଓଡ଼ିଶା ସରକାର ମଙ୍ଗୁ, ପଂଜାବୀ, ବଲି ମଠର ପୁନରୁଦ୍ଧାର କରିବେ। ଶ୍ରୀକ୍ଷେତ୍ରର ସୌନ୍ଦର୍ୟ୍ୟକରଣ ପାଇଁ ଏସବୁ କରାଯାଉଛି।”
ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ପଂଜାବର ୨ ବିଧାୟକ ଓ ଏସଜିପିସି ର ଜଣେ ସଦସ୍ୟ ଆବେଗ ରଖିଥିଲେ। ସେ ନେଇ ଆଲୋଚନା ହୋଇଛି। ସରକାରଙ୍କ ପଦକ୍ଷେପରେ ସେମାନେ ଖୁସି ହେଇ ପ୍ରସ୍ଥାନ କରିଛନ୍ତି। ମାଷ୍ଟର ପ୍ଲାନରେ ସେମାନେ ଖୁସି।