(ଜୟନ୍ତ କୁମାର ସେଠୀ)ଗୋପ: ବଡଦିନ ପାଇଁ ବେଶ ଚଳଚଞ୍ଚଳ ଆନ୍ତର୍ଜାତୀୟ ପର୍ୟ୍ୟଟନ କ୍ଷେତ୍ର ପୁରୀ । ବଡଦିନ ଠାରୁ ନୂଆବର୍ଷ ପାଇଁ ବେଶ ଭିଡ ଜମିଥାଏ ପର୍ୟ୍ୟଟକଙ୍କର । ଏନେଇ ବେଳାଭୂମିରେ ବାଲୁକାଶିଳ୍ପୀଙ୍କ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବାଲୁକା କଳାକୃତି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବଡଦିନ ଅବସରରେ ଗୋ ଗ୍ରୀନର ବାର୍ତ୍ତା ଦେଇ ସାନ୍ତାକ୍ଲଜର ଥ୍ରୀଡି ଆର୍ଟ ନିର୍ମାଣ କରିଛନ୍ତି। ଅଢେଇ ହଜାର ବର୍ଗଫୁଟର ଏହି ଥ୍ରୀଡି ଆର୍ଟରେ ସାନ୍ତାକ୍ଲଜ ସମୁଦ୍ର କୂଳରେ ଛିଡାହେବା ଭଳି ଦେଖାଯିବା ସହ କ୍ରୀଷମାସ ଟ୍ରି ଉପହାର ଦେଉଥିବା ଭଳି ନଜରକୁ ଆସିଛି। ଏହି ଥ୍ରୀଡି ସ୍ୟାଣ୍ଡ ଆର୍ଟ ଜରୀଆରେ ଗୋ ଗ୍ରୀନ୍ର ବାର୍ତ୍ତା ଦେବା ସହ ଖ୍ରୀଷମାସ ଅବସରରେ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଖ୍ରୀଷ୍ଟମାସ ଉପଲକ୍ଷେ ଲାଇଟ ହାଉସ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ନିଆରା ଚିନ୍ତାଧାରା ମାଧ୍ୟମରେ ବାଲୁକା କଳାରେ ବଡଦିନ କୁ ନିଆରା ଢଙ୍ଗରେ ପାଳନ କରିବାକୁ ଚେଷ୍ଟା କରିଛନ୍ତି। ଏଥିରେ ମାନସ ପ୍ଲାଷ୍ଟିକ ଫ୍ରୀର ନିଆରା ବାର୍ତ୍ତା ଦେଇଛନ୍ତି। ସେପଟେ କୋଣାର୍କ ନିକଟସ୍ଥ ମା ଭଗବତୀ ବିହାର ସ୍ଥିତ ଭେଙ୍କେଟେଶ୍ବର ଇଂରାଜୀ ମିଡିୟମ ସ୍କୁଲରେ ଖ୍ରୀଷ୍ଟମାସ ଉତ୍ସବ ବହୁ ଆଡ଼ମ୍ବରେ ପାଳନ ହୋଇଛି। ଵିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ଖ୍ରୀଷ୍ଟମାସ ଟ୍ରି ଜିଙ୍ଗଲବେଲ ରଖିବା ସହ ସାନ୍ତାକ୍ଲଜ ନିଜର ଜାଦୁ ଦେଖେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଵିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାଦ ରଂଜନ ପାତ୍ର, ମୁଖ୍ୟ ପରିଚାଳକ ମାନସ ରଞ୍ଜନ ମୁଦୁଲି, କ୍ରୀଡା ଶିକ୍ଷକ ଅମିୟ ଭୂଷଣ ମହାନ୍ତି ଓ ଵିନୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।