(ଜୟନ୍ତ କୁମାର ସେଠୀ / ଗୋପ) ; ଆଜି ଶାରଦୀୟ ଦୁର୍ଗା ପୂଜା ର ମହା ସପ୍ତମୀ । ପ୍ରତ୍ୟେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସ ରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରାଯାଇ ଥିବା ବେଳେ ଏଥିରେ ଛୋଟ ଛୋଟ ଶଙ୍ଖ ଓ ଶାମୁକା ବ୍ୟବହାର ହୋଇଛି। ଦେବୀ ଦୁର୍ଗା ଙ୍କ ମୁଖ ମଣ୍ଡଳ କୁ ବାଲୁକା ଚିତ୍ରକଳା ରେ କରାଯାଇ ଥିବା ବେଳେ ବେଶ ଆକର୍ଷଣୀୟ ହୋଇଛି।