(ଜୟନ୍ତ କୁମାର ସେଠୀ /ପୁରୀ): କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ଆହ୍ୱାନ ପରେ ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଛି ପୁରୀ ସହରରେ। ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି। ସେହିପରି ପୁରୀରୁ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭାରତ ବନ୍ଦ ପାଇଁ ସମସ୍ତ ସରକାରୀ ଅଫିସକୁ ମଧ୍ୟ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି। ତେବେ ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନ ହୁଏ ସେ ନେଇ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ପୁରୀ ବଡ଼ ଦାଣ୍ଡ , ମାର୍କେଟ ଛକ , ମେଡ଼ିକାଲ ଛକ , ବଡ଼ଶଙ୍ଖ ମାର୍କେଟ , ଭିଆଇପି ରୋଡ଼ ସମେତ ସହର ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି। ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡିଛି। ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଠପ ।