ପୂର୍ବତନ ଆଇଏସଆଇ ମୁଖ୍ୟ ପାକ୍ ସେନା ଦ୍ୱାରା ଗିରଫ

0

କରାଚି: ପାକିସ୍ତାନରେ କଣ ଚାଲିଛି? ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇ ଅବସରପ୍ରାପ୍ତ ମୁଖ୍ୟ ଫୈଜ ହମୀଦଙ୍କୁ ଗିରଫ କରିବା ସହ କୋର୍ଟ ମାର୍ଶାଲ କରାଯାଇଛି । ଆଇଏସପିଆର ସୂଚନା ମୁତାବକ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସେଠାକାର ସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ କରାଯାଇ ଫୈଜଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟତା ସାମ୍ନାକୁ ଆସିଥିଲ।। ତେଣୁ ତାଙ୍କୁ ଗିରଫ କରାଯାଇଛି ।
ଫୈଜଙ୍କ ବିରୋଧରେ ଅଭିଯୋଗ ହୋଇଛି କି, ସେ ଅବସର ନେବା ପରେ ତାଙ୍କ ବିରୋଧରେ ପାକ୍ ଆର୍ମି ଆକ୍ଟ ଉଲ୍ଲଙ୍ଘନର ଅଭିଯୋଗ ହୋଇଥିଲା । ଟପ ସିଟି ପକ୍ଷରୁ ଅଭିଯୋଗ ହୋଇଥିଲା କି, ପାକିସ୍ତାନର ଏକ ଘରୋଇ ହାଉସିଂ ସ୍କାମା ଫୈଜ ଉଦ୍ଦେଶ୍ୟପ୍ରଣୋଦିତ ଭାବେ ସଂସ୍ଥାର ଅଫିସ ଓ ମାଲିକଙ୍କ ଘରେ ଚଢାଉ କରିଥିଲେ । ନିଜ କ୍ଷମତାର ଅପବ୍ୟବହାର ମଧ୍ୟ କରିଥିଲେ ।
ଏହି ଅଭିଯୋଗ ଆଧାରରେ ତଦନ୍ତରୁ ସତ୍ୟତା ଜଣାପଡିବା ପରେ ସେନା ତାଙ୍କୁ ଗିରଫ କରି ନିଜ କବଜାକୁ ନେଇଛି । ଏହି ଘଟଣାକୁ ଦେଶର ସମ୍ମାନ ସହ ଯୋଡିଛି ପାକ ସୁପ୍ରିମ କୋର୍ଟ ।