( ବନବାସୀ ପ୍ରଧାନ): ଗତକାଲି କନ୍ଧମାଳ ଜିଲ୍ଲାରେ ଦୁଇଟି ସ୍ଥାନରେ ଗାଡି ଦୁର୍ଘଟଣା ଘଟିଥିବା ଜଣାପଡିଛି ।ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଜିଉଦୟଗିରି ପଣସବାଙ୍କି ଠାରେ ଘାଟି ତଳକୁ ଖସିଯିବା ଫଳରେ ଟ୍ୟାଙ୍କରଟି ଓଲଟି ପଡି ଚୁରମାର ହୋଇପଡିଛି ।ଏହି ଦୁର୍ଘଟଣାରେ ଡ୍ରାଇଭରର ମୁଣ୍ଡ,ହାତ,ଗୋଡକୁ ପ୍ରବଳ ମାଡ ହୋଇଛି ।ସ୍ଥାନିୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତୀ ।ସେହିପରି ନୂଆଗାଁ ବ୍ଳକ ଗନ୍ଦ୍ରିଗିଁଆ ପଞ୍ଚାୟତର ମିଡିଆ ଗାଣ୍ଡା ଗ୍ରାମର ଗୋଟିଙ୍ଗିଆ ଠାରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଦୁଇ ଜଣକ ମୃତ ଘଟିଥିବା ବେଳେ ଚାରିଜଣ ଆହତ ହୋଇ ଡାକ୍ତର ଖାନାରେ ଭତ୍ତି ହୋଇଛନ୍ତୀ ।ଟ୍ରାକ୍ଟରଟି ଗଟିଙ୍ଗିଆ ନଦୀକୁ ବାଲି ବୋଝେଇ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା ।ମୃତ ବ୍ୟକ୍ତି ହେଲେ ଶିରିଶ ବିନ୍ଧାଣି ବୟସ ୧୮ବର୍ଷ ପିତା ଚନ୍ଦ୍ରକାନ୍ତ ବିନ୍ଧାଣି,ସତଞ୍ଜୟ ପ୍ରଧାନ ଦୁହେଁ ମିଡିଆଗାଣ୍ଡାର ବୋଲି ଜଣାପଡିଛି ।