ପୃଥିବୀ ଉପରେ ଏଲିଏନଙ୍କ ନଜର

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅନ୍ୟଗ୍ରହର ଜୀବ ବା ଏଲିଏନ ସମଗ୍ର ପୃଥିବୀବାସୀଙ୍କ ଉପରେ ବହୁ ପୂର୍ବରୁ ନଜର ରଖିଛନ୍ତି। ଏମିତି ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଏଲିଏନ ପୃଥିବୀ ଉପରେ ସର୍ବଦା ଦୃଷ୍ଟି ରଖି ଆସୁଛନ୍ତି । ମଣିଷଙ୍କ ସବୁ କାର୍ଯ୍ୟକଳାପ ସମ୍ପର୍କରେ ସେମାନେ ଅବଗତ । ସେମାନଙ୍କ ପାଇଁ ମଣିଷ ହେଉଛି ପିଞ୍ଜରା ଭିତରେ ଆବଦ୍ଧ ଜୀବ ସଦୃଶ । ଏହି ଜୀବମାନେ ଅତି ଚଚ୍ଛୁର । ମଣିଷଙ୍କ ଉପରେ ନଜର ରଖିଥିଲେ ମଧ୍ୟ ମଣିଷମାନେ ବିଜ୍ଞାନର ଏତେ ମାତ୍ରାରେ ଉନ୍ନତି ସତ୍ତେ୍ୱ ସେମାନଙ୍କ ସମ୍ପର୍କରେ ଜାଣିବାକୁ ଅସମର୍ଥ । ଯେ କୌଣସି ସମୟରେ ଏହି ଏଲଏନ୍‌ ହୁଏତ ପୃଥିବୀ ଉପରେ କବଜା କରିପାରନ୍ତି ବୋଲି ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।
ପ୍ୟାରିସ୍‌ରେ ହୋଇଥିବା ମ୍ୟାକେଜିଂ ଏକ୍ସଟ୍ରା ଟେରିଷ୍ଟରିଆଲ୍‌ ଇଣ୍ଟେଲଜେନ୍ସ (ଏମ୍‌ଇଟିଆଇ) ଅନ୍ତର୍ଜାତୀୟ ବୈଠକରେ ଯୋଗଦେଇ ମହାକାଶ ବିଜ୍ଞାନୀମାନେ ଏପରି ମତପୋଷଣ କରିଛନ୍ତି। ୧୯୫୦ ଠାରୁ ଗତ ୭୦ ବର୍ଷ ଧରି ଏହି ସଂସ୍ଥା ଏଲିଏନ୍‌ଙ୍କୁ ନେଇ ଗବେଷଣା ଜାରି ରଖିଛି। ଏମ୍‌ଇଟିଆଇର ଏହି ସୂଚନା ପରେ ଏବେ ସୋସିଆଲ୍‌ ମିଡ଼ିଆରେ ଏଲଏନ୍‌ଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।