ପୁରୀ: ପୋଖରୀରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ ।। ଗାଧୋଇବାକୁ ଯାଇ ଥିବା ବେଳେ ଘଟଇଛି ଏଭଳି ଅଘଟଣ। ପୁରୀ ଜିଲ୍ଲା ଗୋପ ଥାନା ଡଭାର ଗାଁ ରେ ଦୁଇ ସମ୍ପର୍କୀୟ ଭଉଣି ପୋଖରିବେ ଗାଧୋଇବା ବେଳେ ବୁଡି ଯାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଗୋପ ଥାନା ଡଭାର ଗାଁ ରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ନାବାଳିକା । ଗ୍ରାମବାସୀଙ୍କ ଦ୍ବା ରା ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ଦ୍ବୟ ଦୁଇ ସମ୍ପର୍କୀୟ ଭଉଣୀ ବୋଲି କୁହାଯାଉଛି । ଜଣଙ୍କର ବୟସ ୮ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୧୨ ବର୍ଷ ବୋଲି ଜଣାପଡିଛି ।