ପୋଲିସର ଦାୟିତ୍ୱ ହେଉଛି ସୁରକ୍ଷିତ ପରିବେଶ ସୃଷ୍ଟି କରିବା : ମୁଖ୍ୟମନ୍ତ୍ରୀ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୋଲିସର ଦାୟିତ୍ୱ ହେଉଛି ଜନସାଧାରଣଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା। ଅସାମାଜିକ ବ୍ୟକ୍ତି ଓ ଅପରାଧୀଙ୍କ ବିରୋଧରେ ପୋଲିସ ତ୍ୱରିତ, ପ୍ରଭାବଶାଳୀ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଟାନ ନେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି । ରାଜ୍ୟ ପୋଲିସ ଭବନରେ ଆୟୋଜିତ ମହିଳା ଓ ଶିଶୁ ସୁରକ୍ଷା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହି ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ପରୀ ପାଇଁ କଥାଟିଏ ତୃତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡକ୍ୟୁମେଣ୍ଟାରୀ ଫିଲ୍ମ, କଫି ଟେବୁଲ ବୁକ ଓ ପରୀ ପାଇଁ କଥାଟିଏ ରିଲିଜ ହୋଇଛି। ଶିଶୁଙ୍କ ବିରୋଧରେ ଯୌନ ନିର‌୍ୟାତନା ନେଇ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପରୀ ପାଇଁ କଥାଟିଏ ଅଭିଯାନ । ଏହା ୧୫ ଦିନ ଧରି ଚାଲିବ।