ପୋଲିସ ଅବକାରୀ ବିଭାଗର ମିଳିତ ଚଢାଉ, ୧୫୫ଏକର ଗଞ୍ଜେଇ ଚାଷ ନଷ୍ଟ

0

(ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇଛି ନିଳ ଜହର ବା ଗଞ୍ଜେଇ ଚାଷ ।ଏହି ଗଞ୍ଜେଇ ଚାଷ କରି ବାହାର ରାଜ୍ୟକୁ କୋଟି କୋଟି ଟଙ୍କାର ଗଞ୍ଜେଇ ପଠାଉଛନ୍ତି ଗଞ୍ଜେଇ ମାଫିଆ ।ପୋଲିସ,ଅବକାରୀ ବିଭାଗ ମଧ୍ୟ ବର୍ଷସାରା ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ଗଞ୍ଜେଇ ମାଫିଆକୁ ଗିରଫ କରି ଜେଲ ମଧ୍ୟ ପଠାଉଛି ।ତଥାପି କନ୍ଧମାଳରେ ଗଞ୍ଜେଇ ଚାଷ ଓ ଚାଲାଣ ବନ୍ଦ ହେବାର ନା ନେଉନି ।ଆଜି ବାଲିଗୁଡା ବାଦେକେତା ଜଙ୍ଗଲରେ ପୋଲିସ,ଅବକାରୀ ବିଭାଗ ମିଳିତ ଚଢାଉ କରି ୧୫୫ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରିଥିବା ଜଣାପଡିଛି ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ପଞ୍ଚାବନ ଲକ୍ଷ ବୋଲି ପୋଲିସ ଅଧିକାରି ସୂଚନା ଦେଇଥିବା ବେଳେ ଆଗକୁ ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରି ଏକର ଏକର ଗଞ୍ଜେଇ ଚାଷ ନିପାତ କରାଯିବାକୁ ଯୋଜନା ରହିଥିବା ଜଣାପଡିଛି ।