(ରିପୋଟର୍ସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବାରିପଦା ପୌର ପରିଷଦର ସଫେଇ କର୍ମଚାରୀମାନଙ୍କୁ ମାସ ମାସ ହେବ ଦରମା ମିଳୁ ନଥିବାରୁ ପୌରପାଳିକା ସମ୍ମ ୁଖରେ ବୁଧବାର ସକାଳେ ଧାରଣାରେ ବସିଥିବା ଜଣାପଡିଛି । ଆବର୍ଜନା ଫିଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦରମା ପ୍ରଦାନ ଦାବିରେ ଏହି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି।
ମିଳିଥିବା ସୂଚନାନୁସାରେ ଗତକାଲିଠାରୁ ଏହି ପ୍ରତିବାହ ହୋଉଥିବା ବେଳେ ଆଜି ଏହି ପ୍ରତିବାଦ ଜୋର ଧରିଥିଲା । ତେବେ ଖବର ପାଇ ଏସ୍ଡିପିଓ, ଆଇଆଇସି , ପୌରପାଳିକାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ସମାଧାନ କରି ପ୍ରତୀଶ୍ରୁତି ଦେବାପରେ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।