(ତାରାକାନ୍ତ ନାୟକ/ସାଲେପୁର) : ଟାଙ୍ଗି ନିର୍ଵାଚନ ମଣ୍ଡଳୀରୁ ବଜେପି ପ୍ରାର୍ଥୀ ପ୍ରକାଶ ବେହେରା୨୪ତାରିଖରେ ଏକ ନିର୍ବାଚନୀ ରାଲିର ଆୟୋଜନ କରିଥିଲେ । ଏହି ରାଲିରେ ବିଜେପିର କେନ୍ଦ୍ରାପଡା ଲୋକସଭା ଆସନ ପ୍ରାର୍ଥୀ ବୈଜନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଥିଲେ। କାଜି ବଜାର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା ପରେ ଉଭୟ ନେତା ଦଳୀୟ ସମର୍ଥକ ଏବଂ କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ଥିଲେ। ପ୍ରକାଶଙ୍କ ଏଇଟା ପ୍ରଥମ ନିର୍ବାଚନୀ ରାଲି। ବୈଜନ୍ତ କହିଛନ୍ତି ଏବେ ଓଡ଼ିଶାର ଲୋକ ପରିବର୍ତ୍ତନ ଚାଂହୁଛନ୍ତି। ଏହି ଶୋଭାଯାତ୍ରାରେ ଚୌଧୁରୀ ହେମନ୍ତସାହୁ, ରଶ୍ମିରଞ୍ଜନ ଲେଙ୍କା,ସତ୍ୟବାଦୀ ଚଇନି, ଅସିତ ମହାନ୍ତି,ମେଘୁ ସିଂ, ଅନିଲ କୁମାର ଦାସ, ତାପସ ଜେନା ପ୍ରମୁଖ ଯୋଗ ଦେଇଥିଲେ।