ପ୍ରତ୍ୟେକ ବର୍ଷ ନଭେମ୍ବର ୧୪କୁ ଶିଶୁ ଦିବସ ରୂପେ ପାଳନ କରାଯାଏ

0

(ମମତା ସାମଲ): ରିପୋର୍ଟସଟୁଡେ:ଆଜି ନଭେମ୍ବର ୧୪, ଶିଶୁ ଦିବସ । ମହାନ ନେତା,ଜନନାୟକ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ । ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।
ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ଥିଲେ ଜବାହାରଲାଲ ନେହେରୁ । ତାଙ୍କୁ ସବୁ ଚାଚା ନେହେରୁ ବୋଲି ଡାକୁଥିଲେ । ଶିଶୁ ହେଉଛି ଇଶ୍ୱରଙ୍କ ରୂପ । ଶିଶୁର ଶାରିରୀକ ଓ ମାନସିକ ବିକାଶ ହିଁ ଦେଶ ବିକାଶର ପ୍ରକୃତ ମାପକାଠି । ସବୁ ଶିକ୍ଷାନୁଷ୍ଠାନରେ ପ୍ରତି ବର୍ଷ ଆଜୁର ଦିନକୁ ଶିଶୁଦିବସ ପାଳନ କରାଯାଏ ତେବେ ଏ ବର୍ଷ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।
୧୯୬୪ ମସିହା ପୂର୍ବରୁ ଭାରତରେ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରାଯାଉଥିଲା । ତେବେ ପଣ୍ଡିତ ନେହରୁଙ୍କ ବିୟୋଗ ପରେ ଅର୍ଥାତ ୧୯୬୪ ମସିହା ପର ଠାରୁ ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ଜନ୍ମଦିନ ନଭେମ୍ବର ୧୪ କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି ।