(ସରୋଜ କୁମାର ରାଉତ)ଭୁବନେଶ୍ୱର: ଫେସବୁକରୁ ଲଭ,ସେକ୍ସ,ଧୋକା । ଜଣେ ଯୁବତୀକୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା ପରେ ବ୍ଲାକମେଲ୍ କରିଛି ପ୍ରତାରକ ଯୁବକ । ଖୋର୍ଧାର ଏହି ଯୁବକ ଜଣଙ୍କ ଭରତ ପୁଷ୍ପରାଗ।
ନୟାଗଡ ଜିଲାର ଜଣେ ଯୁବତୀ ଚନ୍ଦ୍ରଶେଖରପୁର ଏକ କଂପାନିରେ ଚାକିରି କରୁଥିଲେ । ଫେସବୁକରେ ତାଙ୍କର ପୁଷ୍ପରାଗଙ୍କ ସହିତ ପରିଚୟ ହୋଇଥିଲା । ପ୍ରଥମେ ଆଳାପ ଓ ତା ପରେ ପ୍ରେମ ।ପ୍ରେମ ଜାଲରେ ଫସାଇବା ପରେ ପୁଷ୍ପରାଗ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶାରିରୀକ ସଂପର୍କ ରଖିଥିଲା। ତା ପରେ କିଛି ଅନ୍ତରଙ୍ଗ ମୁହୁର୍ତର ଫଟୋ ନେଇ ପୁଷ୍ପରାଗ ଙ୍କ ବ୍ଲାକମେଲ୍ କରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କଠାରୁ ମୋଟା ଟଙ୍କା ବି ନେଇଗଲା । ପରେ ସୁନା ଓ ଏଟିଏମ୍ କାର୍ଡ ବି ନେଇଯାଇଥିବା ଅଭିଯୋଗ ହୋଇଛି ।
ଏ ସଂପର୍କରେ ପ୍ରଥମେ ଯୁବତୀ ଜଣକ ଅଭିଯୋଗ କରିବା ପାଇଁ ନୟାଗଡ ଏସପି ଙ୍କ ପାଖରେ ପହଂଚିଥିଲେ । ହେଲେ ସେଠାରେ ଯୁବତୀଙ୍କୁ ନିରାଶ ହେବାକୁ ପଡିଥିଲା ।ଯୁବତୀ ଜଣଙ୍କ ନୟାପଲ୍ଲୀରେ ରହୁଥିବାରୁ ନୟାପଲ୍ଲୀ ଥାନା କୁ ଅଭିଯୋଗ କରିବାକୁ ଯାଇଥିଲେ ହେଲେ ପୁଷ୍ପରାଗ ଚନ୍ଦ୍ରଶେଖରପୁର ଥାନା ଅଂଚଳର ହୋଇଥିବାରୁ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା କୁ ପଠାଇଦିଆଯାଇଥିଲା ।ଅନ୍ୟପଟେ ଦୀର୍ଘ ଆଠଦିନ ଧରି ଚନ୍ଦ୍ରଶେଖରପୁର ଥାନାରେ ଏତଲା ଗ୍ରହଣ କରାଯାଇଥିଲେ ମଧ୍ୟ ଯୁବତୀଙ୍କୁ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇନାହିଁ କି ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇନାହିଁ । ଦୀର୍ଘ ପାଂଚ ଦିନ ଧରି ଯୁବତୀ ଜଣକ ନୟାଗଡ ଜିଲାରୁ ଭୁବନେଶ୍ବର କମିସନରେଟ ପୋଲିସକୁ ଦୌଡୁଥିଲେ ମଧ୍ୟ କେତେବେଳେ ଥାନାରେ ବାବୁ ନାହାନ୍ତି ତ କେତେବେଳେ ଡାକ୍ତର ଖାନାରେ ବିଭାଗୀୟ ଡାକ୍ତର ନାହାନ୍ତି କହି ଫେରାଇ ଦିଆଯାଉଛି ।ମହିଳାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ୫ଟି ବ୍ୟବସ୍ଥାରେ ବ୍ୟାପକ ସୁଧାର ଆରିଛନ୍ତି ।କିନ୍ତୁ ସେପଟେ ନୁତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ପୋଲିସ କମିସନର ଯୁବତୀଙ୍କୁ ଖୁବ୍ ଶୀଘ୍ର ନ୍ୟାୟମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୁବତୀଙ୍କ ଅଭିଯୋଗ ସତ୍ୟ ହୋଇଥାଏ ତେବେ ପୁଷ୍ପରାଗକୁ ଗିରଫ କରିବାରେ ଚନ୍ଦ୍ରଶେଖରପୁର ପୋଲିସ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ।ଅନ୍ୟପଟେ ଯୁବତୀ ଜଣକ କୌଣସି ପ୍ରକାର ପୋଲିସରେ ଅଭିଯୋଗ କଲେ ତାଙ୍କୁ ହତ୍ୟାକରାଯିବ ବୋଲି ଯୁବତୀଙ୍କୁ ଧମକ ମିଳିଛି ।ଆଉ ଏବେ ଯୁବତୀ ଜଣକ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି।