ପ୍ରବାସୀଙ୍କ ପାଇଁ କାନ୍ଦୁଛି ମାଆ, କାନ୍ଦୁଛି ଗାଁଆ

ଅଜିତ ସାହୁ/ଜଳେଶ୍ୱର: ପ୍ରବାସୀ ଆଖିରେ ଲୁହ । ପୁଅକୁ ନ ଦେଖି, ପୁଅର ଚିନ୍ତାରେ କାନ୍ଦୁଛି ମା, କାନ୍ଦୁଛି ଗାଁ। କରୋନା ଯେତିକି ଭୟଭୀତ କରୁଛି ସେତିକି କନ୍ଦଉଛି । ପେଟର ଭୋକ ସାଙ୍ଗକୁ କରୋନାର ଭୟ ପ୍ରବାସୀ ଓଡିଆ ଓ ତାଙ୍କ ପରିବାର ମୁହଁରୁ ଛଡେଇ ନେଇଛି ହସ । ଓଜାଡି ଦେଇଛି ତେଲ ଲୁଣର ସଂସାର । ସେପଟେ ରୋଜଗାରିଆ ପୁଅର ଦୟନୀୟ ଅବସ୍ଥା କଥା ଶୁଣି ଦୁଃଖରେ ଭାଙ୍ଗି ପଡିଛି ପୁରା ପରିବାର । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରବସାଣ ଗ୍ରାମରେ । ଗାଁର ଦାଦନ ଦୁଃଖକୁ ଟପିଯାଇଛି କରୋନାର ଦୁଃଖ ।

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ସୁନାଧରବସାଣ ଗାଁରେ ଅଧିକାଂଶ ପରିବାର ଦଳିତ ସମ୍ପ୍ରଦାୟର । ଗ୍ରାମର ପାଞ୍ଚ ଶହରୁ ଅଧିକ ଯୁବକ କେବଳ ଗୋଆରେ ବିଭିନ୍ନ ହୋଟେଲ ଓ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି। ଦେଶରେ ଲଗାତାର ତାଲା ବନ୍ଦ ଜାରି ରହିବା ଫଳରେ ହୋଟେଲ ଶିଳ୍ପ ସହିତ କମ୍ପାନୀ ସବୁ ବନ୍ଦ ପଡିଛି । ତେଣୁ ହୋଟେଲ ମାଲିକ ଓ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଖାଇବାକୁ ନଦେଇ ବାହାର କରିଦେଇଛନ୍ତି । କୌଣସି ସାହାରା ନପାଇ ଭୋକ ଉପବାସରେ ସମୁଦ୍ର କୂଳ କିମ୍ବା ଗଛ ମୂଳରେ ଦିନ କାଟୁଛନ୍ତି ଶତାଧିକ ଶ୍ରମିକ । ଏନେଇ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ମଧ୍ୟ ଫୋନ ମାଧ୍ୟମରେ ନିବେଦନ କରି ଥିଲେ କିନ୍ତୁ ବିଧାୟକ ସେମାନଙ୍କ ଟିକେ ଆଶ୍ୱାସନା ଦେଇ ଶାନ୍ତ କରିବା ବଦଳରେ ଯାହା କହୁଛନ୍ତି ତାହା ଶୁଣନ୍ତୁ ।

ଭିଓ୨- ଏହା ପରେ ନିରାଶ ହତାଶ ହୋଇପଡିଛନ୍ତି ପ୍ରବାସୀ ଓ ସେମାନଙ୍କ ପରିବାର । ସେଠାରୁ ବି ନିରାଷ୍ ଓ ନିରୁପାୟ ହୋଇ ଭିଡ଼ିଓ ମାଧ୍ୟମରେ ରାଜ୍ୟ ସରକାର, ପ୍ରଶାଶନ ସହିତ ଗଣ ମାଧ୍ୟମ କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯାହାର ଭିଡିଓ ଓ ଭଏସ ରେକର୍ଡ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପିଲାଙ୍କ ଦୁର୍ଦ୍ଦଶାରେ ଭାଙ୍ଗିପଡିଛନ୍ତି ପରିବାର ବର୍ଗ । ଗ୍ରାମର ପ୍ରତି ପରିବାରରେ ଏକ ଦୁଃଖର ବାତାବରଣ ଦେଖିବାକୁ ମିଳିଛି । ପିଲାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରୁଛନ୍ତି ।