ପ୍ରବାସୀ ଶ୍ରମିକଙ୍କୁ ଓଡିଶା ପୋଲିସର ସହାୟତା

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଶ୍ରମିକଙ୍କୁ ଓଡିଶା ପୋଲିସର ସହାୟତା । ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓଡିଶା ମଧ୍ୟ ଦେଇ ନିଜ ନିଜ ରାଜ୍ୟ ତଥା ପଶ୍ଚିମବଙ୍ଗୋ,ବିହାର ଓ ଝାରଖଣ୍ଡ କୁ ଯାଉଛନ୍ତି । ତେବେ ଏହି ଶ୍ରମିକମାନେ ଚାଲି ଚାଲି ଯାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଓଡିଶା ପୋଲିସ ସେମାନଙ୍କ ପାଇଁ ବସରେ ବ୍ୟବସ୍ଥା କରିଥିଲେ । ସବୁ ବସ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ସୋହେଲା , ଗିରିସୋଳା ଓ କେରଡା ଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଛି । ଗତକାଲି ସନ୍ଧ୍ୟାରେ ଓଡ଼ିଶା ଦେଇ ପାଦରେ ଚାଲି ଚାଲି ଆସୁଥିବା ୨୫୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିଙ୍କୁ ୬ଟି ବସରେ ରାଜ୍ୟ ସୀମାରେ ପହଞ୍ଚାଯାଇଛି । ବରଗଡ଼ର ସୋହେଲା ଠାରୁ ଝାଡଖଣ୍ଡ ରାଜ୍ୟର କିଛି ପ୍ରବାସୀଙ୍କୁ ଦୁଇଟି ବସରେ ବୀରମିତ୍ରପୁର ଠାରେ ଛଡାଯାଇ ଥିବା ବେଳେ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୁରଭଞ୍ଜର ଜାମସୋଳା ଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ରହ୍ମପୁର ପୁଲିସ ଦ୍ବାରା ଜିଲାର ଗିରିସୋଳା ଠାରୁ ଦୁଇଟି ବସରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୁରଭଞ୍ଜ ଜିଲା ସୀମା ଜାମସୋଳା ଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।