(ଜୟନ୍ତ କୁମାର ସେଠୀ)ଗୋପ: ପ୍ରଶାସନ ତରଫରୁ ସଚେତନତା କଲେ ମଧ୍ୟ କେତେକ ଦଲାଲ ମତ୍ସ୍ୟଜୀବୀ ଆଇନ୍ କୁ ବେଖାତିର କରି ରେଜିଷ୍ଟର ନଥିବା ଟଲର ସାହାଯ୍ୟରେ ମାଛ ଧରୁଛନ୍ତି । କିନ୍ତୁ ଏବେ ଅଲିବ୍ରିଡିଲ୍ କଇଁଛ ମାନଙ୍କ ପ୍ରଜୋଜନ ସମୟ ହୋଇଥିବାରୁ ପ୍ରଶାସନ ତରପଂରୁ ନଭେମ୍ଵର ମାସରୁ ମେ ମାସ ପଯ୍ୟନ୍ତ ସମୁଦ୍ର ମଧ୍ୟକୁ ବୋଟ ଓ ଟ୍ରଲର ନେଇ ମାଛ ଧରିଜିବାକୁ ମତ୍ସଜିବି ମାନଙ୍କୁ କଟକଣା ଜାରି କରାଯାଇଛି କ୍ଷ ପ୍ରତ୍ୟେକ ରେଜିଷ୍ଟର ମତ୍ସଜୀବି ମାନଙ୍କ ଜୀବନ ଜୀବିକା କୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ତରପଂରୁ ମାସକୁ ୭ ହଜାର ୫୦୦ ଟଙ୍କା ଯୋଗାଇ ଦିଆଯାଉଛି । କିନ୍ତୁ କିଛି ଅସାଧୁ ମତ୍ସଜୀବି ପ୍ରଶାସନ ଆଇନିକୁ ବେଖାତିର କରି ଟ୍ରଲର ସାହାଯ୍ୟ ରେ ମାଛ ଧରୁଛନ୍ତି । ଆଜି ପାରାଦ୍ଵୀପର ଏକ ଟ୍ରଲର ସାହାର୍ଯ୍ୟରେ ୯ଜଣ ମତ୍ସଜୀବି ଅସ୍ତରଙ୍ଗର ଗଙ୍ଗାଦେବି ମୁହାଁଣ ଠାରୁ ଅଳ୍ପକିଛି ଦୂର ରେ ମାଛଧରୁଥିଲେ। ଖବର ପାଇ ମାଛ ଧରୁଥିବା ଅବସ୍ଥାରେ ବନବିଭାଗ ତରଫରୁ ତାଙ୍କୁ ରେଡ କରାଯାଇ ସେଠାରୁ ନୂଆଗଡ ଜେଠୀକୁ ଟ୍ରଲର ସହ ମତ୍ସଜୀବି ମାନଙ୍କୁ ବନବିଭାଗ ଆଣିଥିଲା ।ଟ୍ରଲର ସାହାଯ୍ୟରେ ମତ୍ସ୍ୟଜୀବୀ ମାନେ ଧରିଥିବା ମାଛକୁ ୧୬୨୦ ଟଙ୍କାରେ ନିଲାମ କରିବା ସହିତ ଟ୍ରଲରକୁ ଅଟକ ରଖି ଫାଇନ୍ କାଟିଥିବା ଜଣାପଡ଼ିଛି।