(ରିିପୋର୍ଟସ ଟୁଡ଼େ): ବର୍ତମାନ ଚାଳିଛି ପର୍ଯ୍ୟଟନ ଋିତୁ । ସହରର କୋଳହାଳମୟ ପରିବେଶ ଭିତରୁ ସମୟ ବାହାର କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ମାନେ ବିଭିନ୍ନ ସେହପରି ସ୍ଥାନକୁ ବଛି ନେଉଛନ୍ତି ଯେଉଁଠି ତାଙ୍କୁ ପ୍ରକୃତିର ସବୁଜିମା ସହିତ ଶାନ୍ତି ମଳିବ । ସେହିପରି ପ୍ରକୃତି କୋଳରେ ଅବସର ବିନୋଦନ ପାଇଁ ଜାଗାଟିଏ ହେଉଛି କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରାତ। ପ୍ରାକୃତିକ ସୌନ୍ଦର୍ୟ୍ୟଭରା ଏହି ସ୍ଥାନକୁ ବହୁ ଦୂର ଦୂରଦୂରାନ୍ତରୁ ପର୍ୟ୍ୟଟକମାନେ ଆସନ୍ତି। ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ସଭିଙ୍କୁ ଆନମନା କରେ । କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ ଏହି ଜଳପ୍ରପାତ।
ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ବନନୀକୁ ରମଣୀୟକରି ପ୍ରକୃତିପ୍ରେମୀ ପର୍ୟ୍ୟଟକଙ୍କୁ ବର୍ଷତମାମ ଆକର୍ଷିତ କରିଥାଏ । ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟାକାର ସୌନ୍ଦର୍ୟ୍ୟମୟ ସମାହାର ଏହି ଅଞ୍ଚଳଟି ପର୍ୟ୍ୟଟକଙ୍କୁ ବେଶ ବିମୋହିତ କରେ।
ଏହି ଜାଗାରେ ପାଦ ପଡ଼ିଲେ ପର୍ୟ୍ୟଟକମାନେ ନିଜକୁ ପ୍ରକୃତି କୋଳରେ ହଜାଇ ଦିଅନ୍ତି। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତଟି ଅନବରତ ବହି ଚାଲିଛି। ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ସ୍ଥାନରେ ଶୀତଦିନେ ଭୀଷଣ ଥଣ୍ଡା ଅନୁଭୂତ ହୁଏ। ଏହି ଜଳପ୍ରପାତଟି ପର୍ୟ୍ୟଟନୀସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ