(ମନୋଜ କୁମାର ସାହୁ / ରାୟଗଡା)ରିପୋର୍ଟସଟୁଡେ: ରାୟଗଡା ଜିଲ୍ଲା ସେକ୍ରେଡ ହାର୍ଟ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ଆଜି ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ଜଣେ ଛାତ୍ର କୌଣସି କାରଣରୁ ତଳେ ପଡିଯାଇ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଛାତ୍ର ଜଣକ ହେଲେ ସୁବ୍ରାସୁ ନାୟକ । ଛାତ୍ରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବାବେଳେ ଏନେଇ ରାୟଗଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।