ପ୍ରିୟଙ୍କାଙ୍କ ଟାର୍ଗେଟରେ ନ୍ୟାୟିକ ବ୍ୟବସ୍ଥା

0

ନୂଆଦିଲ୍ଲୀ: ପୁଣି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଟାର୍ଗେଟରେ ବିଜେପି । କୋରେଗାଓଁ-ଭୀମା ମାମଲାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଜେଲରେ ସଜା କାଟୁଥିବା କବି- କର୍ମକର୍ତ୍ତା ବାରବାରା ରାଓଙ୍କୁ ସୁପ୍ରିମ କୋର୍ଟ ଜାମିନ ନ ଦେବାକୁ ନେଇ ପ୍ରିୟଙ୍କା ବିଜେପି ଓ ନ୍ୟାୟିକ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୮୦ ବର୍ଷୀୟ ବୃଦ୍ଧ ରାଓଙ୍କୁ ଜାମିନ ମିଳି ନ ଥିବା ବେଳେ କିନ୍ତୁ ଅପରାଧିଙ୍କୁ ସହଜରେ ଜାମିନ ମିଳୁଛି । ବିଜେପି ସମର୍ଥକଙ୍କୁ ଜାମିନ ମିଳୁଛି କିନ୍ତୁ ବିଜେପିକୁ ବିରୋଧ କରିବାକୁ ଯାଇ ରାଓ ଜେଲ ଭୋଗୁଛନ୍ତି । ଏହା ନ୍ୟାୟିକା ବ୍ୟବସ୍ଥାର ସଂକୀର୍ଣ୍ଣତା ବୋଲି ପ୍ରିୟଙ୍କା ଟ୍ୱିଟ କରିଛନ୍ତି ।
ବାରବାରା ରାଓଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କ ପରିବାର ପକ୍ଷରୁ ସୁପ୍ରିମ କୋର୍ଟରେ ତାଙ୍କୁ ଜାମିନ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ଜାମିନ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତରଖାଯାଇଛି ।

By shilasmita