ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

(ଟୁକୁନା ଖରା) ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ ଆଜି ଏକ ଘରୁ ଦୁଇ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି । ଜିଲ୍ଲାର ଉମରକୋଟ ବ୍ଲକ ହୀରାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମର ତୁଳାରାମଙ୍କ ଘରୁ ଏହି ଦୁଇ ଶବ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ଗତ କାଲି ରାତିରେ ତୁଳାରାମଙ୍କ ପରିବାର ଲୋକେ ନିକଟସ୍ଥ ଜାମରୁଣ୍ଡା ଗାଁରେ ଚାଲିଥିବା ଜାଗର ମେଳାକୁ ଯାଇଥିଲେ । କିନ୍ତୁ ଘରରେ ତାଙ୍କ ଝିଅ ରହିଥିଲା । ଆଜି ସକାଳୁ ଗାଁ ଲୋକେ ଝରକା ଦେଇ ଘରେ ଦୁଇଟି ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ôଚ ଦୁଇ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତ୍ୟୁର କାରଣ ଏଯାବତ୍ ଜଣା ପଡିନାହିଁ ।
ମୃତା ଯୁବତୀ ତୁଳାରାମଙ୍କ ଝିଅ ହୋଇଥିବା ବେଳେ ଯୁବକ ସନପଥ ଭତ୍ରା ।ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି ।