ପ୍ରେସିଡ଼େଣ୍ଟ କପ୍ ବକ୍ସିଂ : ଫାଇନାଲାରେ ଦୁଇ ଭାରତୀୟ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ୨୩ ତମ ପ୍ରେସିଡ଼େଣ୍ଟ କପ୍ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ଦୁଇ ଜଣ ଭାରତୀୟ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଲାବୁଆନ୍ ବାଜୋଠାରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ବକ୍ସର ମେରୀକମ୍ ଓ ପୁରୁଷ ତାରକା ବକ୍ସର ଗୌରବ ବିଧୁରୀ ଫାଇନାଲରେ ପ୍ରବେଶ କରିଛନ୍ତି ।
୬ଥର ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମେରୀକମ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜୟୀ ବିଧୁରୀ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ଏହି ଦୁଇ ବକ୍ସରଙ୍କୁ ବାଦ୍‌ ଦେଲେ ଅନ୍ୟ ୯ଜଣ ଭାରତୀୟ ବକ୍ସର ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇମାସ ତଳେ ଇଣ୍ଡିଆ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ମେରୀକମ୍‌ ୫୧ କେ.ଜି. ବର୍ଗରେ ଭିଏତ୍‌ନାମର ଆନ ଭୋ ଥି କିମ୍‌ଙ୍କୁ ସେମିଫାଇନାଲରେ ୩-୨ରେ ପରାସ୍ତ କରିଥିଲେ। ତେବେ ଏଥିପାଇଁ ମେରୀକମ୍‌ଙ୍କୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା। ରବିବାର ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲରେ ସେ ଅଷ୍ଟ୍ରେଲିଆର ଫ୍ରାଙ୍କ୍ସଙ୍କୁ ଭେଟିବେ।