ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ

0

ଟ୍ରେନ୍ ଉପରକୁ ପଥର ମାଡ । ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ହୋଇଛି ପଥର ମାଡ । ହରପାଲପୁର ଠାରେ ଘଟିଛି କିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଟ୍ରେନରେ ମହାକୁମ୍ଭ ମେଳା ପାଇଁ ଯାତ୍ରୀ ଯାତ୍ରା କରୁଥିଲେ । ମୌନୀ ଅମାବାସ୍ୟା ଥିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି ।

ସୂଚନା ଆନୁଶାରେ, ହରପାଲପୁର ଷ୍ଟେସନରେ ରାତି ପ୍ରାୟ ୧ଟାରେ ଟ୍ରେନ୍ ଉପରେ ଆକ୍ରମଣ କରାଯାଇଥିଲା । କିଛି ଦୁର୍ବୃତ୍ତ ରାତ୍ରୀରେ ଟ୍ରେନ ଉପରକୁ ଅଚାନକ ଆକ୍ରମଣ କରିଥିଲେ । ଯାହାକୁ ନେଇ ଭୟଭୀତ ହୋଇଉଠିଥିଲେ ଯାତ୍ରୀ । ଯାହାର ଏକ ଭିଡିଓ ବି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଣ ସ୍ପଷ୍ଟ ଦେଖି ପାରିବେ କେଉଁଭଳି ଟ୍ରେନ୍ ଉପରକୁ ପଥର ମାଡ କରୁଛନ୍ତି ଦୁର୍ବୃତ୍ତ । ଏହି ଘଟଣାର ଖବର ପାଇ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ରେଳ ସୁରକ୍ଷା ବିହିନୀ ପହଞ୍ଚିଥିଲେ । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।