(ଚିତ୍ତରଞ୍ଜନ ସାହୁ/ବରଗଡ): ବରଗଡ ଜିଲ୍ଲା ସିକିରଡି ଗ୍ରାମରେ ନୁପୁର କ୍ଲବ ଓ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ସପ୍ତମ ଫକୀର ମୋହନ ପଟ୍ଟନାୟକ ସୁରତା ଉତ୍ସଵ ସଭାପତି ପରମାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟିକା ରୀତା ସାହୁ ,ସମ୍ମାନିତ ଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ଲାଲ ବିକ୍ରମ ସିଂ ଦେଓ,ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଗୋକୁଳାନନ୍ଦ ସ୍ୱାଇଁ,ସମାଜ ସେବୀ ରମେଶ ପୁଝାରି, ସରୋଜ ସେଟ ଯୋଗଦାନ କରି ସଙ୍ଗୀତ ମହର୍ଷି ସ୍ବର୍ଗତଫକୀର ମୋହନ ପଟ୍ଟନାୟକଙ୍କ ଜୀବନି ଉପରେ ଆଲୋକ ପାତ କରିଥିଲେ । ସ୍ବର୍ଗତ ଫକୀର ମୋହନଙ୍କ ଗାଇ ଥିବା ଗୀତ ଗୁଡିକ କଣ୍ଠଶିଳ୍ପୀ ଦୁର୍ଗା ଦାସ,ପଦ୍ମିନୀ ଦୋରା,ଜଗତ ଗଡ଼ତିଆ, ଗଗନ ବାଗ,ଉମେଶ ପ୍ରସାଦ ଦାସ ପ୍ରମୁଖ ପରିବେଷଣ କରିଥିଲେ।ସଭାସେସରେ କ୍ଲବର ସଭ୍ୟ ବାଲକିଶୋର ଖାଡାଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଓଡିଶା ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।