ଫଟା ଫଟ ପ୍ରସ୍ତୁତ କରନ୍ତୁ ମସଲା ମାକ୍ରୋନି

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ମସଲା ମାକ୍ରୋନି ପ୍ରସ୍ତୁତ କରବା ପାଇଁ ପ୍ରଥମେ ଏକ ସସ୍ ପ୍ୟାନକୁ ଗ୍ୟାସ ଅନ କରି ପାଣି ଗରମ କରନ୍ତୁ । ସେଥିରେ ମାକ୍ରୋନି ପକାଇ ଭଲ ଭାବେ ସିଝାନ୍ତୁ । ମାକ୍ରୋନି ସିଝି ଯିବା ପରେ ସେଥିରୁ ପାଣି ବାହାର କରିନିଅନ୍ତୁ । ଏକ କଡେଇ ବସାଇ ସେଥିରେ ଏକ ଚାମଚ ତେଲ ଗରମ କରନ୍ତୁ । ସେଥିରେ ଅଧା ଚାମଚ ଅଦାରସୁଣ ପେଷ୍ଟ ପକାଇ ସିମ ଜାଳରେ ଭାଜନ୍ତୁ । ସେଥିରେ ଛୋଟ ଛୋଟ କଟା ହୋଇଥିବା ସିମଲା ଲଙ୍କା ଓ ପିଆଜକୁ ପକାନ୍ତୁ । ମସଲା ସହ ସିମଲା ଲଙ୍କା ଓ ପିଆଜ ଭାଜି ହେବା ପରେ ସେଥିରେ ମାକ୍ରୋନି ପକାନ୍ତୁ । ସେଥିରେ ଟମାଟୋ ସସ, ଚିଲି ସସ ଓ ଏକ ଚିମୁଟା ଲଙ୍କା ଗୁଣ୍ଡ ଓ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଗ୍ୟାସ ବନ୍ଦ କରି ଏକ ପାତ୍ରକୁ ଗରମାଗରମ ମାକ୍ରୋନି ବାହାର କରିନିଅନ୍ତୁ । ତାହା ଉପରେ ପନିରକୁ କୋରି ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ମସଲା ମାକ୍ରୋନି ।