ଫନି ବାତ୍ୟାର ରନ୍ଦାଖାଦ୍ୟକୁ ନେଇ ଚଞ୍ଚକତା ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଦୁର୍ନୀତିର ଗନ୍ତାଘର ପାଲଟିଛି । ନିକଟ ଅତୀତରେ ଚାରା ରୋପଣ ର ଦୁର୍ନୀତି ଲୋକଙ୍କ ମନରୁ ନ ଲିଭି ନଥିବାବେଳେ ଫନି ବାତ୍ୟା ର ରନ୍ଦାଖାଦ୍ୟକୁ ନେଇ ଚଞ୍ଚକତା ହୋଇଥିବା ଜନସାଧାରଣ ମତବ୍ୟକ୍ତ କରିଛନ୍ତି। ଅସ୍ତରଙ୍ଗ ର ୧୮ଟି ବାତ୍ୟାଆଶ୍ରୟ ସ୍ଥଳ ରେ ୧୫,୨୦୮ଜଣ ଲୋକ ୮ଦିନ ପାଇଁ ଆଶ୍ରୟ ନେଇଥିଲେ । ସେମାନଙ୍କ ମଧ୍ୟରେ ୧୨, ୧୨୪ ବୟସ୍କ ଓ ୩, ୦୮୪ ଜଣ ଶିଶୁଙ୍କ ପାଇଁ ଦୈନିକ ୨ ବେଳା ମିଲ୍ ପାଇଁ ୬୦ ଓ ୪୦ ଟଂକା ହିସାବରେ ୮ଲକ୍ଷ ୫୦ହଜାର ୮୦୦ ହିସାବରେ ୮ଦିନ ପାଇଁ ୬୮ଲକ୍ଷ ୬ହଜାର ୪୦୦ ଟଂକା ଖର୍ଚ୍ଚ କରାଯାଇଛି । ସବୁଠୁ ବିଡ଼ମ୍ବନା ର ବିଷୟ ହେଲା ୨ ଦିନରେ ରୋଷେଇ ହୋଇ ବାକି ୮ଦିନର ଟଂକା ହରିଲୁଟ କରିଥିବା ଅସ୍ତରଙ୍ଗ ର ନୁଆଗଡର ବାସିନ୍ଦା ଅଭିଯୋଗ ଆଣିଛନ୍ତି। ହରିଲୁଟର କେବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏନେଇ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଚାରା ଦୁର୍ନୀତି ଓ ରାଡ ଯୋଜନାରେ ଦୁର୍ନୀତି ହେଉଥିବା ଘଟଣା ଅଭିଯୋଗ କଲାପରେ ବି ସରକାର ନୀରବ ଅଛନ୍ତି। ତେବେ ଦେଖିବାକୁ ବାକି ରହିଲା ୫ଟି ସରକାର କେବେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ।