ଫରୱାର୍ଡ ସିମେନ୍ସ ୟୁନିୟନ ଅଫ ଇଣ୍ଡିଆ ପକ୍ଷରୁ ଶୋଭାଯାତ୍ରା

0

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦୀପ: ଭାରତ ସରକାରଙ୍କ ଶ୍ରମିକ ବିରୋଧୀ ଆଇନ ଓ ସାମୁଦ୍ରିକ କର୍ମଚାରୀ ମାନଙ୍କ ଦାବୀ ପୂରଣ ନିମନ୍ତେ ଫରୱାର୍ଡ ସିମେନ୍ସ ୟୁନିୟନ ଅଫ ଇଣ୍ଡିଆ ପାରାଦୀପ ସାଖା ପକ୍ଷରୁ ଏକ ଶୋଭାଯାତ୍ରା ପାରାଦୀପ ଆଦର୍ଶ ଥାନା ଛକରୁ ବାହାରି ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ପହଞ୍ଚି ଥିଲା। ପ୍ରଶାସନିକ ଭବନ ସମ୍ମୁଖରେ ୟୁନିୟନ କାର୍ୟ୍ୟକର୍ତ୍ତା ଓ ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦର କତ୍ତୃପକ୍ଷ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ୟୁନିୟନ ର ସର୍ବଭାରତୀୟ ନେତା ଶ୍ରୀ ବଙ୍କୀମ ଭାରତୀ କହିଲେ ଯେ ସମୁଦ୍ରରେ ବିଭିନ୍ନ ଜହାଜ ରେ ନିୟୋଜିତ କର୍ମଚାରୀ ମାନେ ଏକ ବନ୍ଦୀ ଜୀବନ କାଟୁଛନ୍ତି।ସେମାନଙ୍କ କାମ ପାଇଁ କୌଣସି ସୁରକ୍ଷା , ବିପଦ କାଳୀନ ସହାୟତା କିମ୍ବା ପେନସନ ର ବ୍ୟବସ୍ଥା ନାହିଁ।ସେମାନଙ୍କ ର ଭାରତୀୟ ନୌବାଣିଜ୍ୟ ଓ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି।କିନ୍ତୁ ସରକାର ଏହି ସିମେନ୍ସ ମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି।ସେମାନଙ୍କ ଚାକିରୀ ସର୍ତ୍ତାବଳୀ କମ୍ପାନୀ ମାନେ ମାନୁ ନାହାନ୍ତି। ଅପର ପକ୍ଷରେ କେନ୍ଦ୍ର ସରକାରଙ୍କ ଘରୋଇ କରଣ ନୀତି ରେ ବଳୀ ପଡୁଛନ୍ତି କର୍ମଜୀବି ଶ୍ରମିକ ଶ୍ରେଣୀ, ତେଣୁ ସାରା ଦେଶ ର ଆଠ ଗୋଟି ଶ୍ରମିକ ମହାସଂଘ ପକ୍ଷରୁ ଆସନ୍ତା ୨୦୨୦ମସିହା ଜାନୁଆରୀ ୮ ତାରିଖରେ ହେବାକୁ ଥିବା କାର୍ୟ୍ୟ ବନ୍ଦ ଆନ୍ଦୋଳନ କୁ ସିମେନ୍ସ ୟୁନିୟନ ସମର୍ଥନ କରିଛନ୍ତି ବୋଲି ପାରାଦୀପ ସଖା ର ସାଧାରଣ ସମ୍ପାଦକ ଶ୍ରୀ ନିମାଇଁ ଚରଣ ବରାଳ କରିଛନ୍ତି।