ଫାରୁକ ଅବଦୁଲ୍ଲା ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି

0

ଶ୍ରୀନଗର: ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନାସନାଲ କନଫେରେନ୍ସର ସଭାପତି ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କିଛି ଦିନ ପୂର୍ବରୁ କୋଭିଡ-୧୯ ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ୩୦ ତାରିଖରେ ଅବଦୁଲ୍ଲା କୋଭିଡ ପଜିଟିଭ ଥିବା ପରୀକ୍ଷାରୁ ଜଣାପଡିବା ପରେ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ନିରାପତ୍ତା ଦୃଷ୍ଟିରୁ ଆଡମିଟ କରାଯାଇଥିଲା । ଏନେଇ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଟ୍ୱିଟ କରି ଜଣାଇଛନ୍ତି ।
ଓମାର ଅବଦୁଲ୍ଲା ଶନିବାର ଦିନ ଟ୍ୱିଟ କରି କହିଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ବାପାଙ୍କ ଉତ୍ତମ ନିରୀକ୍ଷଣ ପାଇଁ ତାଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ ପରିବାର ସେମାନଙ୍କ ନିକଟରେ କୃତଜ୍ଞ, ଯେଉଁମାନେ ବାପାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଓ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଫାରୁକ ଅବଦୁଲ୍ଲା କୋଭିଡ ପଜିଟିଭ ଚିହ୍ନଟ ହେବାର ଏକ ସପ୍ତାହ ପୂର୍ବରୁ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ।