ଫିଲ୍ମ ଫେୟାର ୨୦୧୮: ରଣବୀର ଶ୍ରେଷ୍ଠ ଅଭିନେତା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଫିଲ୍ମ ଫେୟାର ୨୦୧୮ ପୁରସ୍କାର ଘୋଷିତ ହୋଇଯାଇଛି । ମୁମ୍ବାଇରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଂଜୁ ଫିଲ୍ମ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ଫିଲ୍ମ ରାଜି ପାଇଁ ଅଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
ଅନ୍ଧାଧୂନ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ) ପୁରସ୍କାର ଜିତିଥିବା ବେଳେ ରାଜି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ହାତେଇଛି। ଫିଲ୍ମ ରାଜି ପାଇଁ ମେଘନା ଗୁଲଜାର ଶ୍ରେଷ୍ଠ ନିର୍ଦ୍ଦେଶ. ସ୍ତ୍ରୀ ପାଇଁ ଅମରକୌଶିକ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । ଇଶାନ ଖଟ୍ଟର ଶ୍ରେଷ୍ଠ ନବାଗତ ଅଭିନେତା ଜିତିଥିବାବେଳେ ସାରା ଅଲ୍ଲି ଖାଁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସଂଜୁ ପାଇଁ ଭିକ୍କି କୌଶଲ ଓ ବଧାଇ ହୋ ପାଇଁ ଗଜରାଜ ରାଓ ଯୁଗ୍ମଭାବେ ଶ୍ରେଷ୍ଠ ସହ ଅଭିନେତା, ବଧାଇ ହୋ ପାଇଁ ସୁରେଖା ସିକ୍ରି ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ।