ଫୋର୍ବ୍ସ ତାଲିକାରେ ଅକ୍ଷୟ କୁମାର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସାରା ବିଶ୍ୱରେ ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ଅଭିନେତାଙ୍କ ଏକ ତାଲିକା ଫୋର୍ବ୍ସ ପକ୍ଷରୁ ଜାରିକରାଯାଇଛି। ଏହି ତାଲିକାରେ ୩୩ ତମ ସ୍ଥାନରେ ରହିଛନ୍ତି ଭାରତୀୟ ଫିଲ୍ମ ଅଭିନେତା ଅକ୍ଷୟ କୁମାର । ଅକ୍ଷୟ କୁମାର ଚଳିତ ବର୍ଷ ୬୫ ମିଲିୟନ ଡଲାର ଅର୍ଥାତ୍ ୪୪୫ କୋଟି ଟଙ୍କା ରୋଜଗାର କରିଛନ୍ତି । ତେବେ ଅକ୍ଷୟଙ୍କ ଭିନ୍ନ ଅନ୍ୟ କୌଣସି ଭାରତୀୟ ଅଭିନେତା ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି । ୨୦୧୯ରେ ସର୍ବାଧିକ ରୋଜଗାର କରିଥିବା ବଲିଉଡ୍ ଅଭିନେତାଙ୍କ ତାଲିକାରେ ଆଗରେ ରହିଛନ୍ତି ଅକ୍ଷୟ କୁମାର ।
ସୂଚନାଯୋଗ୍୍ୟ, ଏହି ତାଲିକାରେ ଭାରତର ଅମିତାଭ ବଚ୍ଚନ, ଶାହରୁଖ ଖାନ୍, ସଲମାନ ଖାନ୍ ଓ ଅକ୍ଷୟ କୁମାର ସାମିଲ ହୋଇଥିଲେ । ୨୦୧୮ରେ ମଧ୍ୟ ଅକ୍ଷୟ କୁମାର ସମସ୍ତ ଭାରତୀୟ କଳାକାରଙ୍କୁ ପଛରେ ପକାଇ ଦେଇଥିଲେ । କିନ୍ତୁ ଗତ ବର୍ଷ ପ୍ରକାଶିତ ତାଲିକାରେ ଅକ୍ଷୟ କୁମାରଙ୍କ ସହ ସଲମାନ ଖାନ ମଧ୍ୟ ସାମିଲ ହୋଇଥିଲେ । କେବଳ ବଲିଉଡ୍ ଷ୍ଟାର ନୁହଁନ୍ତି ହଲିଉଡର ଷ୍ଟାର ରିହାନା, ଜୈକୀ ଚୈନ୍, ବ୍ରେଡଲୀ କୁପର, ସ୍କାରଲେଟ ଜନସନଙ୍କ ଭଳି ଅନେକ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି ଅକ୍ଷୟ।