ବକେୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଓଡ଼ିଶାରେ ଅଧାପନ୍ତରିଆ ହୋଇ ପଡିଥିବା କେନ୍ଦ୍ରୀୟ ପ୍ରକଳ୍ପ ସମ୍ବନ୍ଧରେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକ କରିଛନ୍ତି । ମୁଖ୍ୟ ଆବାସିକ କମିସନର ସୁନୀଲ ଭାର୍ଗବ ଓ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କ ସହ କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି, ଗୃହ ନିର୍ମାଣ ବାବଦରେ ୧୦୦୦ କୋଟି ଟଙ୍କା, ସ୍ୱାସ୍ଥ୍ୟ ନିମନ୍ତେ ୩୭୫ କୋଟି ଟଙ୍କା, ଏନ୍‌ଆର୍‌ଇଜିଏସ୍‌ରେ ୪୦୦ କୋଟି ଟଙ୍କା ଓ କୃଷି ଲାଗି ୬୫୦ କୋଟି ଟଙ୍କା ସେଥିରେ ଅନ୍ତର୍ଭୁକ୍ତ। ପାନୀୟ ଜଳ ବାବଦରେ ୧୦୦ କୋଟି ଟଙ୍କା ବକେୟା ରହିଛି ଓ ସ୍ମାର୍ଟ ସିଟିରୁ ଦାରିଦ୍ର୍ୟ ହଟାଇବା ଲାଗି ୨୦୦ କୋଟି ଟଙ୍କାର ଅନୁଦାନରୁ ମାତ୍ର ୬ କୋଟି ଟଙ୍କା ଦିଆଯାଇଛି । ବିଭିନ୍ନ ପ୍ରକଳ୍ପ ବାବଦରେ ୬୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ବାକି ପଡ଼ିଛି। ଉପରୋକ୍ତ ବିଭାଗର ବକେୟା ଅର୍ଥରାଶି ପ୍ରଦାନ ନିମନ୍ତେ କେନ୍ଦ୍ର ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।