ବକେୟା ଟଙ୍କା ନ ଫେରେଇବାରୁ ବାଇକ ପୋଡି ଦେଲେ ଉତ୍ତ୍ୟକ୍ତ ଯୁବକ

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ବକେୟା ଟଙ୍କା ନ ଫେରେଇବାରୁ ବାଇକ ପୋଡିଦେଲେ ଉତ୍ତ୍ୟକ୍ତ ଯୁବକ। ଏଭଳି ଘଟଣା ଘଟିଛି ଭଞ୍ଜନଗର ସାନକୋଦଣ୍ଡା ଗ୍ରାମରେ। ଫଳରେ ଏନେଇ ବାଇକ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିଛି। ସାନକୋଦଣ୍ଡା ଗ୍ରାମର ରାଜେଶ କୁମାର ବେହେରାଙ୍କ ଅଭିଯୋଗ ଅନୁଯାୟୀ କିଛି ବର୍ଷ ତଳେ ସେହି ଗ୍ରାମର ରବିନ୍ଦ୍ର କୁମାର ନାୟକ ତାଙ୍କ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲା। ସେହି ସମୟରେ କିଛି ପ୍ରାପ୍ୟ ରବିନ୍ଦ୍ର ପାଇବାକୁ ଥିଲା। ସେହି ଟଙ୍କା ପାଇବାରେ ବିଳମ୍ବ ହେବାରୁ ରବିନ୍ଦ୍ର କିଛିଦିନ ତଳେ ରାଜେଶର ବାଇକ ଭଙ୍ଗାରୁଜା କରିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରାଜେଶ ଗାଡି ସଜାଡିଲେ ପୁରୁଣା ବକେୟା ଟଙ୍କା ଦେବି ବୋଲି କହିବା ପରେ ରବିନ୍ଦ୍ର ରାଗରେ ଗତକାଲି ରାତିରେ ରାଜେଶର ସିବିଜେଡ୍ ଏକ୍ସ୍ଟମି ବାଇକ୍ ଟିକୁ ନିଆଁ ଲଗାଇ ପୋଡି ଦେଇଛି। ଫଳରେ ରାଜେଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରବିନ୍ଦ୍ରକୁ ଥାନାରେ ଅଟକ ରଖି ପଚାରାଉଚରା କରୁଥିବା ସୂଚନା ମିଳିଛି ।