ବକ୍ସ ଅଫିସରେ ଦବଙ୍ଗ୩ ଯାଦୁ ,୩ ଦିନରେ ୮୦କୋଟି ବ୍ୟବସାୟ

0

(ମମତା ସାମଲ)ରିପୋର୍ଟସଟୁଡେ: ବକ୍ସ ଅଫିସରେ ଧମାଲ କରୁଛି ‘ଦବଙ୍ଗ ୩’ା ଗତ ୨୦ ତାରିଖରେ ଫିଲ୍ମି ଫ୍ରାଇଡରେ ଏହି ଫିଲ୍ମଟି ରିଲିଜ ହୋଇଛି । ଦେଶରେ ବର୍ତ୍ତମାନ ନାଗରିକତା ସଂଶୋଧନ ନିୟମକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି । ସଲମାନ ଖାନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଦମଦାର ଓପନିଂ କରିଥିଲା । ଏବେ ଏହି ଫିଲ୍ମଟି ତୃତୀୟ ଦିନରେ ୩୧ କୋଟି ଟଙ୍କାରୁ ଅଧିକ ବିଜିନେସ୍ କରିଛି ।
ଫିଲ୍ମ ସମୀକ୍ଷକ ତରଣ ଆଦର୍ଶକଙ୍କ ଟିଟ୍ୱ ମୁତାବକ,ଫିଲ୍ମ ପ୍ରଥମ ଦିନରେ ୨୪.୫୦କୋଟି,ଦ୍ୱିତୀୟ ଦିନରେ ୨୪.୭୫ କୋଟି ଟଙ୍କା ଓ ତୃତୀୟ ଦିନରେ ଏହା ୩୧.୯୦ କୋଟି ଟଙ୍କା ଆଦାୟ କରିଛି । ଅର୍ଥାତ ଫିଲ୍ମଟି ମାତ୍ର ୩ ଦିନରେ ୮୧.୧୫ କୋଟି ଟଙ୍କା କଲେକ୍ସନ କରିସାରିଲାଣି। ତେବ ସୋମବାର ଏହା ୧୦୦ କୋଟି ପାର୍‌ କରିବ ବୋଲି ଆଶା କରାଯାଉଛି। ଏବା ବ୍ୟତୀତ ରିଲିଜ୍ ପୂର୍ବରୁ ଦବଙ୍ଗ-୩ ୧୫୫ କୋଟି ଟଙ୍କା ଆୟ କରିସାରିଥିଲା। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଥିଲା।