( ଭୁବନେଶ୍ୱର / ରିପୋର୍ଟସଟୁଡେ) : ନିଜ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ବିଭିନ୍ନ ଉତ୍ସବ ଆୟୋଜନ କରିଥାନ୍ତି । ତେବେ ଜୀବଜଗତ ତଥା ମନୁଷ୍ୟ ଜୀବନରେ କୀଟପତଙ୍ଗଙ୍କ ଭୂମିକା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଟେକ୍ସାସର ଅଷ୍ଟିନଠାରେ ଆୟୋଜିତ ହୁଏ ବଗ୍ ଫେଷ୍ଟିଭାଲ। ୨୦୦୮ ରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ଅଜବ ଫେଷ୍ଟିଭାଲକୁ ଦେଖିବା ତଥା ଭାଗନେବା ଲାଗି ପ୍ରତିବର୍ଷ ହଜାର ହଜାର ପର୍ୟ୍ୟଟକ ଏଠାକୁ ଆସିଥାନ୍ତି। ଏହି ଫେଷ୍ଟିଭାଲରେ ପୃଥିବୀର ବିଭିନ୍ନ ପ୍ରଜାତିର କୀଟପତଙ୍ଗଙ୍କ ପ୍ରଦର୍ଶନୀ ହେବା ସହିତ ବିଶେଷଜ୍ଞମାନେ ଏହି କୀଟପତଙ୍ଗଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥାନ୍ତି। ଏହିି ଫେଷ୍ଟିଭାଲର ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଏକ୍ସପର୍ଟ ସେଫ୍ମାନଙ୍କ ଦ୍ୱାରା କୀଟପତଙ୍ଗକୁ ବ୍ୟବହାର କରି ବିଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତ କରାଯାଇଥାଏ। ଏଠାକୁ ଆସୁଥିବା ପର୍ୟ୍ୟଟକମାନେ ଏହି ଖାଦ୍ୟପଦାର୍ଥ ଚାଖିବାର ମଧ୍ୟ ସୁଯୋଗ ପାଇଥାନ୍ତି।