ବଜାରକୁ ଆସିଲା ମର୍ସିଡିଜର ନୂଆ ମଡେଲ ଭି କ୍ଲାସ ଇଲାଇଟ

0

(ଶିଳାସ୍ମିତା ରାୟ) ନୂଆଦିଲ୍ଲୀ: ଜର୍ମାନର ଲକ୍ଜୁରୀ କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ବଜାରକୁ ତାର ନୂଆ ମଲ୍ଟି ପର୍ପଜ ଭେହିକିଲ ଭି କ୍ଲାସ ଇଲାଇଟ ବଜାରକୁ ଛାଡିଛି । ପ୍ରିମିୟମ ଅଟୋମୋବାଇ ସେଗମେଣ୍ଟରେ ନିଜର ଉତ୍ପାଦକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରୟାସ ଜାରି ରଖିଥିବା ମର୍ସିଡିଜର ଏହି ମଡେଲ ଆହୁରି ଅଧିକ ସୁବିଧାକୁ ନେଇ ବଜାରକୁ ଆସିଛି ।
କମ୍ପାନୀର ଏମଡି ତଥା ସିଇଓ ମାର୍ଟିନ କହିଛନ୍ତି, ମର୍ସିଡିଜର ଏହି କାର ପୂର୍ବରୁ ଲଞ୍ଚ ହୋଇଥିବା ଭି କ୍ଲାସ ଏକ୍ସପ୍ରେସ ଓ ଭି କ୍ଲାସ ଏକ୍ସକ୍ଲୁସିଭର ଅପଗ୍ରେଡ ଭର୍ସନ । ଏହାର ସୋ ରୁମ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଏହି କାରରେ ୬ ଟି ସିଟ ରହିଛି । ସେଣ୍ଟ୍ରାଲ କନସୋଲ, କ୍ଲାଇମେଟ କଂଟ୍ରୋଲ ସହ ପାନାରୋମି ସ୍ଲାଇଡିଂ ରୂପ ରହିଛି । ଏଥିସହ ସ୍ଲାଇଡିଂ ସନରୁଫ ଅପ୍ସନାଲ ମଧ୍ୟ ରହିଛି । ଏହା ବ୍ୟତୀତ ଇଜି ପ୍ୟାକ ଟେଲଗ୍ରେଟର ସୁବିଧା, ୧୭ ଇଞ୍ଚ ଆଲଏ ହୁଇଲ ସାଙ୍ଗକୁ ୧୮ ଇଞ୍ଚର ଆଲଏ ହୁଇଲ ପାଇଁ ଅପ୍ସନ ରହିଛି । ଏହା ଗ୍ରାହକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ସିଇଓ କହିଛନ୍ତି ।