ବଜେଟ ଉପସ୍ଥାପନ କରିବେ ପିୟୁଷ

0

(ଶିଳାସ୍ମିତା ରାୟ) ନୂଆଦିଲ୍ଲୀ: ଚଳିତ ବଜେଟ ସେସନରେ ପିୟୁଷ ଗୋଏଲଙ୍କୁ ବଜେଟ ଉପସ୍ଥାପନ କରିବା ଦେଖିବାକୁ ମିଳିବ । ଚିକିତ୍ସା ପାଇଁ ଅରୁଣ ଜେଟଲି ବିଦେଶ ଗସ୍ତରେ ଥିବାରୁ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପିୟୁଷ ଗୋଏଲଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଯୋଗ୍ୟ, ପୂର୍ବରୁ ଗତ ମେ ମାସରେ କେନ୍ଦ୍ର ମନ୍ତ୍ରୀ ଜେଟଲି କିଡନୀ ପ୍ରତିରୋପଣ ପାଇଁ ଚିକିତ୍ସାଧାନ ଥିବା ବେଳେ ପିୟୁଷ ଗୋଏଲ ହିଁ ଅର୍ଥମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ସମୟରେ ସେ ୧୦୦ ଦିନ ପାଇଁ ଏହି ଦାୟିତ୍ୱ ନେଇଥିଲେ ।
ମୋଦି ସରକାରର ଶେଷ ବଜେଟ ଫେବୃଆରି ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି ।