(ଆଦର୍ଶ ରାଉତ)ରିପୋର୍ଟସଟୁଡେ:ଆଜି ଗୃହରେ ବଜେଟ ନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ ବିଜେଡି ବିଧାୟକମାନେ ବଜେଟର ପ୍ରଶଂସା କରିଥିବାବେଳେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଗୁଡିକର ମହତ୍ତ୍ୱ ବିଷୟରେ ଗୃହରେ ଉପସ୍ଥାପନା କରିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା କାଳିଆ ଯୋଜନାକୁ ପ୍ରଶଂସା କରିଥିବାବେଳେ କାଳିଆ ଯୋଜନାକୁ ଲାଗୁ କରି ସରକାର ସମଗ୍ର ଦେଶରେ ଏକ ବିରଳ ଉଦାହାରଣ ସୃଷ୍ଟି କରିଥିଲେ । ବହୁ କମ ସମୟରେ ଏତେ ପରିମାଣର ଚାଷୀଙ୍କୁ ଚିହ୍ନଟ କରି ଅର୍ଥ ପ୍ରଦାନ କରିବା ଏକ କନିଷ୍ଠ କାର୍ଯ୍ୟ ଥିଲା । ହେଲେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ତୁଲାଇଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୧,୩୯,୦୦୦ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ବେହେରା ।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଜେଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କାଳିଆ ଯୋଜନାରେ ହିତାଧିକାରୀମାନେ ଠିକ ଭାବେ ପଇସା ପାଇନଥିବାବେଳେ ସରକାର ମିଥ୍ୟା ବାସପଟ୍ଟ ମାରୁଛନ୍ତି । ସମାନ ଅଭିଯୋଗ ବିଜେପି ବିଧାୟକ ମାନେ ଆଣିଥିବାବେଳେ ସ୍ୱାସ୍ଥ୍ୟ ,ଶିକ୍ଷା,ଚାଷୀ କ୍ଷେତ୍ରରେ ରାଜ୍ୟସରକାର ଫେଲ ମାରିଛନ୍ତି ଏହି ବଜେଟ ଲୋକଙ୍କ ପାଇଁ ଲଲିପପ୍ ସଦୃଶ୍ୟ ।