(ଜୟନ୍ତ କୁମାର ସେଠୀ)ଗୋପ: ଆସନ୍ତା କାଲି ବଡଦିନ ହୋଇଥିବାରୁ କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ତୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ। ବିଶ୍ଵପ୍ରସିଦ୍ଧ କୋଣାର୍କକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପ୍ରତ୍ୟେକ ଦିନ ବୁଲି ଆସିଥାନ୍ତି। ହେଲେ ଆସନ୍ତା କାଲି ବଡ଼ଦିନ ଓ ଆଉ କିଛିଦିନ ପରେ ନୂଆବର୍ଷ ଥିବାରୁ ଏବେଠୁ କୋଣାର୍କରେ ଭିଡ଼ ଆରମ୍ଭ ହୋଇଗଲାଣି। ସକାଳୁ ସକାଳୁ ଚଦ୍ରଭାଗାରେ ସ୍ନାନ ସାରି ସୂର୍ଯ୍ୟ ଦର୍ଶନ କରିବା ସହିତ ବେଳାଭୂମିରେ ଶୀତୁଆ ପାଗର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସେଠାରୁ ସିଧା ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବୁଲି ଆସନ୍ତି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏପଟେ ପ୍ରତ୍ନତତ୍ତ୍ବ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦେଶ ବିଦେଶରୁ ଆସୁଥିବା ପର୍ୟ୍ୟଟକମାନେ ଭିଡ଼ ଯୋଗୁଁ ଅନେକ ପର୍ଯ୍ୟଟକ ଅସୁବିଧାର ସମ୍ମୁଖିନ ହେଉ ଛନ୍ତି। ଦୀର୍ଘ ସମୟ ଧରି ପର୍ୟ୍ୟଟକ ଲମ୍ଵା ଲାଇନରେ ଠିଆହୋଇ ରହିଥିଲେ ମଧ୍ୟ ଟିକେଟ ମିଳିପାରିନାହିଁ। ଏହାସହ ମନ୍ଦିର ଭିତରେ ଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ଆଶ୍ରୟସ୍ଥଳ ନଥିବାରୁ ପର୍ୟ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଆସନ୍ତା କାଲି ବଡଦିନ ଅବସରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୂଣ୍ୟ ଜନ୍ମତିଥିକୁ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୂଣ୍ୟ ଜନ୍ମତିଥିର ଅବ୍ୟବେହିତ ପୂର୍ବରୁ କୋଣାର୍କ ନିକଟସ୍ଥିତ ମା’ ଭଗବତୀ ବିହାରଠାରେ ଥିବା ଭେଙ୍କଟେଶ୍ୱର ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନେ ମହାଆଡମ୍ବରରେ ଯୀଶୁଙ୍କ ଜନ୍ମ ଦିବସ ପାଳନ କରିବେ। ସ୍କୁଲ ଅଧ୍ୟକ୍ଷ ପ୍ରଶାଦ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ୍ମୋଉତ୍ସବର ଯୀଶୁଙ୍କ ସମ୍ପର୍କରେ ଆଲୋକ ପାତ କରିଥିଲେ । ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ସ୍ୱର୍ଗ ସୁଖ ପରିତ୍ୟାଗ କରି ପାପକ୍ଳିଷ୍ଟ ମନୁଷ୍ୟ ସମାଜକୁ ଉଦ୍ଧାର କରିବା ପାଇଁ ଡିସେମ୍ବର ୨୫ ତାରିଖରେ ବେଥ୍ଲେହେମ୍ରେ ଏକ ଅଖ୍ୟାତ ପଲ୍ଳିରେ ଥିବା ଗୋଶାଳରେ ଜନ୍ମ ନେଇଥିଲେ । ଯିଶୁଙ୍କର ଏହି ଜନ୍ମ ଦିବସକୁ ବଡଦିନ ବୋଲି ମଧ୍ୟ କୁହାଯାଉଛି । ଏହି ଅବସରରେ ସ୍କୁଲର ଶିକ୍ଷୟିତ୍ରୀ ବର୍ଷା ଜେନା ସାନ୍ତାକ୍ନଜ୍ ବେଶରେ ସଜେଇ ହୋଇ ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ମିଷ୍ଠାନ ବଣ୍ଟନ କରିଥିଲେ । ଭେଙ୍କଟେଶ୍ୱର ସ୍କୁଲର ମୁଖ୍ୟ ପରିଚାଳକ ମାନସ କୁମାର ମୁଦୁଲି, ଅମିୟ ବଚନ ମହାନ୍ତି, ଶିକ୍ଷୟିତ୍ରୀ ବିସ୍ମିତା ମହାପାତ୍ର, ଗୀତାଞ୍ଜଳି ମହାରଣା, ମମତାମୟୀ ରାଉତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ବର୍ଷାରାଣି ଜେନା, ସସ୍ମିତା ସେନାପତି, ସଙ୍ଗୀତା ଦାସ, ସସ୍ମିତା ମିଶ୍ର, ଅନୁପମା କର, ତପସ୍ୱିନୀ ଦାସ, ଶ୍ରଦ୍ଧାଞ୍ଜଳୀ ଜେନା, ମାନସୀ ଲେଙ୍କା, ଟି. ଏନ. ଶୁଭାଙ୍ଗୀ, ରେଶମା ସିଂ, ରାଜଶ୍ରୀ ଜୋନ ଓ ମୈସୁମୀ ରାଉତରାୟ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।