ବଡଦିନ ଅବସରରେ ବଲିଉଡ ପ୍ଲେବ୍ୟାକ ସିଙ୍ଗର ହର୍ଶଦୀପ କଉର ପକ୍ଷରୁ ଷ୍ଟାର ନାଇଟ

0

(ଜୟନ୍ତ କୁମାର ସେଠୀ/ଗୋପ): ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗରେ ଆୟୋଜିତ ମେରାଇନ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ ଉତ୍ସବର ଦ୍ୱାଦଶତମ ଦିବସ ବଡଦିନ ଅବସରରେ ଭାରତର ସୁପ୍ରସିଦ୍ଧ ବଲିଉଡ ପ୍ଲେବ୍ୟାକ ସିଙ୍ଗର ହର୍ଶଦୀପ କଉର ଓ ସାଥୀଙ୍କ ପକ୍ଷରୁ ଷ୍ଟାର ନାଇଟ ଆୟୋଜନ କରାଯାଇଥିଲା । ରକ ମିୟୁଜିକର ତାଳେ ତାଳେ ହର୍ଶଦୀପ ଓ ସାଥୀ କଳାକାରମାନେ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରି ଦେଇଥିଲେ । ଆସନ୍ତା ୩୦ ତାରିଖରେ ମମି ଖାନ, ଯାନୁୟାରୀ ୪ତାରିଖରେ ବେନି ଦୟାଳ, ୧୧ ତାରିଖରେ ପାନୋ, ୧୮ ତାରିଖରେ ଦିବ୍ୟ କୁମାର, ୨୩ ତାରିଖରେ ସଲିମ ସୁଲେମାନ, ୩୧ ତାରିଖରେ କ୍ରିଷ୍ଣା ବେଉରା ମିୟୁଜିକାଲ ଗୃପ ପକ୍ଷରୁ ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଷ୍ଟାର ନାଇଟ ଆୟୋଜିତ ହେବ । ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ସାହୁଖଣତାଠାରେ ବଙ୍ଗୋପାସାଗର ସହିତ ମିଶିଥିବା କୂଶଭଦ୍ରା ନଦୀଶଜ୍ୟାର ମଧ୍ୟ ଭାଗରେ ପଞ୍ଚ ତାରକା ହୋଟେଲ ପରି ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ ସ୍ୱତନ୍ତ୍ର ତମ୍ବୁ ଗୃହ ନିର୍ମାଣ କରାଯାଉଛ । ଏହାର ନାମ ରଖା ଯାଇଛି ‘ମେରାଇନ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ । ଏହି ଇକୋ ରିଟ୍ରିଟ ଭିଳେଜରେ ରାତ୍ରିଯାପନ କରୁଥିବା ପର୍ୟ୍ୟଟକମାଙ୍କ ପାଇଁ ଓଡିଶା ପର୍ୟ୍ୟଟନ ବିଭାଗ ପକ୍ଷରୁ ସାତପଡା, ପୁରୀ, ଭୂବନେଶ୍ୱର ଓ ଧଉଳୀ ସ୍ୱତନ୍ତ୍ର ବସରେ ବୁଲାଇନେବା ସହିତ ସୂର୍ୟ୍ୟମନ୍ଦିର ପରିସରରେ ଆୟୋଜିତ ଶବ୍ଦ ଓ ଆଲୋକକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏତଦବ୍ୟତିତ ପର୍ୟ୍ୟଟକମାନଙ୍କ ପାଇଁ ଚାହା, କଫି, ସ୍ନାକ୍ସ, ମଧ୍ୟାହ୍ନ ଭୋଜନ, ରାତ୍ରଭୋଜନ, ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ, ପାରାସେଲିଙ୍ଗ୍ ପାରାମାଉଣ୍ଟିଙ୍ଗ, ଏଟିଭି, ଆରଚେରୀ, ରାଇଫଲ ସୁଟିଙ୍ଗ, ବାଇସାଇକଲ ଚାଳନା, ବିଚ୍ ଭଲି, ଜରବିଙ୍ଗ, ୱାଟର ରୋଲର, ଟ୍ରାମ୍ପପୋଲିନର ମଜା ଉଠାଇଛନ୍ତି । ସମୁଦ୍ରର ଗର୍ଭରୁ ଭାସିଆସୁଥିବା ଜୁଆରର ଗର୍ଜନ ସାଙ୍ଗକୁ କୁଶଭଦ୍ରା ନଦୀର ସ୍ଥିର ଜଳରାଶି ଓ ବାଲୁଖଣ୍ଡ ଅଭୟାରଣ୍ୟର ସୁ ସୁ ଶବ୍ଧର ରୋମାଞ୍ଚକର ଅନୁଭୁତି ମଧ୍ୟରେ ରାତ୍ରିରହଣିର ମଜା ଉଠାଉଛନ୍ତି ପର୍ୟ୍ୟଟକ । ବେଳାମାର୍ଗ ରାସ୍ତାରୁ ପର୍ୟ୍ୟଟକଙ୍କୁ ଇକୋ ରିଟ୍ରିଟ ଭିଲେଜ ପରିସରକୁ ନବା ଆଣିବା ପାଇଁ ବେଟ୍ରିଚାଳିତ ଯାନର ବ୍ୟବସ୍ଥା କରାଯାଇ ଥିବା ବେଳେ ପର୍ୟ୍ୟଟକଙ୍କ ସୂରକ୍ଷା ବେବସ୍ଥା, ଗମନାଗମନ, ପନୀୟ ଜଳ ଯୋଗାଣ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି । ଉତ୍ସବ ସ୍ଥଳକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଫୁଡ ବଜାର, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀର ବଜାର ଲାଗି ଥିବା ବେଳେ ମୃଦୁ ପାନୀୟର ବାରମାନ ଖୋଲା ଯାଇଛି ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହି ସାଂସ୍କୃତିକ କାର୍ୟ୍ୟକ୍ରମକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ।