ବଣ ଭୋଜି କରିବାକୁ ଯାଇ ଯୁବକ ନିଖୋଜ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପର୍ୟ୍ୟଟନସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ବୁଧବାର ଅପରାହ୍ନରେ ସାନ କୁଣ୍ଡରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ଏଯାବତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ, ଆଜି ବଡ଼ଦିନ ହୋଇଥିବାରୁ ଅନେକ ସଂଖ୍ୟକ ଲୋକ ଏଠାକୁ ବଣଭୋଜି ପାଇଁ ଆସିଥିବା ବେଳେ ଯୁବକ ଜଣକ ମଧ୍ୟ ବଣଭୋଜି ପାଇଁ ଆସି ସାନ କୁଣ୍ଡରେ ଗାଧୋଉଥିବା ସମୟରେ ଏହାପରେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।