ବନ୍ଦ ଘର ଭିତରୁ ଗଳିତ ଶବ ଉଦ୍ଧାର, ମୃତ୍ୟୁ ର କାରଣ ଅସ୍ପଷ୍ଟ

0

ବାଣପୁର(ଚାଣକ୍ୟ ମିଶ୍ର ):-ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବନ୍ଧ ମୁଣ୍ଡାଇ ଗ୍ରାମରୁ ଗୁରୁବାର ପୂର୍ବାହ୍ନରେ ବନ୍ଦ ଘର ଭିତରୁ ଏକ ଗଳିତ ଶବ ବାଣପୁର ପୋଲିସ  ଦ୍ୱାରା ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ହର ସାହୁ ପିତା ନାଥ ସାହୁ ବୟସ ୬୫ ନାମକ ଜଣେ ବ୍ୟକ୍ତି ସରଲାପଦରରୁ ଆସି ଉକ୍ତ ବନ୍ଧ ମୁଣ୍ଡାଇ ଗ୍ରାମରେ ବହୁ ବର୍ଷ ଧରି ଘରକରି ରହୁଥିଲେ। ପ୍ରଥମ ସ୍ତ୍ରୀ ମରିଯିବା ପରେ ସେ ଦ୍ୱିତୀୟ ବିବାହ କରିଥିବା ଜଣାଯାଏ। ଦ୍ୱିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀଙ୍କର ପୁଅ ଝିଅଙ୍କ ସାଥିରେ କୌଣସି ସମ୍ପର୍କ ନଥିଲା। ହର ସାହୁଙ୍କ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି କେଉଁଠାରେ ଅଛନ୍ତି ପାଖ ପଡିଶା କିମ୍ବା ଅନ୍ୟ କୌଣସି ଲୋକ ଜାଣିନଥିବା କହିଛନ୍ତି।ଆଜି ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଖବର ପାଇ  ହରସାହୁ ଙ୍କ ଝିଅ ମାନିନୀ ପ୍ରଧାନ ଥାନାର ଦ୍ୱାରସ୍ତ ହେଲା ପରେ ପୋଲିସ ଆସି ଘର ଖୋଲିଲା ପରେ ତାଙ୍କର ମୃତ ଶରୀର ଘର ଭିତରେ ଦୀର୍ଘ ଦିନ ଧରି ପଡିଥିବା ଦେଖାଯାଇଛି। ଯାହାକି ସମ୍ପୂର୍ଣ୍ଣ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯାହା ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ସମୟରୁ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ପ୍ରକାଶ ଥାଉକି ଗ୍ରାମର କିଛି ମହିଳାଙ୍କ କହିବା ଅନୁଯାୟୀ ମୃତକ ହର ସାହୁ ବନ୍ଧମୁଣ୍ଡାଇ ଗ୍ରାମରେ ରହି ମିସ୍ତ୍ରୀ କାମ କରି ଚଳୁଥିଲେ। ତାଙ୍କ ସାଥିରେ ଜଣେ ଯୁବକ ରହୁଥିବା ବେଳେ ଦୀର୍ଘ ଦିନ ହେଲା ଉକ୍ତ ଯୁବକ ସହ ହର ବ୍ୟବହାର କରୁଥିବା ଏକ ଲୁନା ଗାଡି ମଧ୍ୟ ଦେଖିବାକୁ ମିଳୁନାହିଁ। ପୋଲିସ ଗଳିତ ଶବଟିକୁ ଜବତ କରି ତଦନ୍ତ ଚାଲୁ ରଖିଥିବା ଜଣାଯାଇଛି। ତେଣୁ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।