(ଚିତ୍ତରଂଜନ ସାହୁ)ବରଗଡ: ପଶ୍ଚିମ ଓଡିଶାର ପ୍ରସିଦ୍ଧ ଅନନ୍ତ ନାରାୟଣ ପୂଜା ବରଗଡ ଜିଲ୍ଲା ବିଜେପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ସାତ ଗୋଟି ମେଢ଼ ଗାନ୍ଧୀ ପଡା, ଉପର ପଡା,ମଧ୍ୟପଡା,ଭୋଇ ପଡା, ମାଲ ପଡା,ତଳି ପଡା ମାନଙ୍କରେ ତିନିଦିନ ଧରି ପୂଜା ପାଉଛନ୍ତି ଅନନ୍ତ ଶୟନ।ପ୍ରତ୍ୟେକ ଦିନ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବା ସହିତ ଦ୍ୱିତୀୟ ଦିନରେ ଅନନ୍ତ ପ୍ରଭୁଙ୍କ ପାଖରେ ଚଉଦ ପ୍ରକାରର ମିଷ୍ଠାନ ଭୋଗ ଲାଗିଥାଏ।ଭୋଗ ଲାଗିବା ପରେ ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ଦିଆଯାଇଥାଏ । ଭକ୍ତ ମାନେ ଲମ୍ବାଧାଡିରେ ରହି ପ୍ରସାଦ ନେଇଥାନ୍ତି। ପ୍ରତ୍ୟହ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅପେରା,ମେଲୋଡି,ଅର୍କେଷ୍ଟ୍ରା, ବାଦୀପାଲା, ସାଙ୍ଗକୁ ସାତୋଟି ମେଢ଼ ଜାଗା ରେ ମିନାବଜାର ,ଦୋଳି ମାନ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ଏହି ପୂଜା ଉତ୍ସବକୁ ଦର୍ଶନ କରିବା ପାଇଁ ବିଜେପୁର ପୂର୍ବତନ ବିଧାୟିକା ରିତା ସାହୁ,ମନ୍ତ୍ରୀ ସୁଶାନ୍ତ ସିଂ ଓ ଏହି ତିନି ଦିନ ଧରି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।