ବରଗଡ ଜିଲ୍ଲାରେ ପ୍ରସିଦ୍ଧ ବାଲି ଯାତ୍ରା

0

(ଚିତ୍ତରଂଜନ ସାହୁ) ବରଗଡ: ବରଗଡ ଜିଲ୍ଲା ବନ୍ଧପାଲି ଠାରେ ପ୍ରସିଦ୍ଧ ବାଲି ଯାତ୍ରା ଓ ଜଳନ୍ଧର ଦରବାର ଅନୁଷ୍ଠିତ ହୋଇଯାଇଛି।ଏହି ବାଲି ଯାତ୍ରା ୧୯ବର୍ଷ ଧରି ଚାଲୁ ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ କୋଣସି ସାହାଯ୍ୟ ମିଳୁ ନ ଥିବାରୁ କମିଟିର ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସେ ଅଞ୍ଚଳରେ ଜଳନ୍ଦର ମହାରାଜଙ୍କ ରାଜତ୍ୱ ଚାଲିଛି । ହଜାର ହଜାର ଦର୍ଶକ ମହିଳା ଓ ପୁରୁଷ ମିନାବଜାର ଜଳନ୍ଦର ରାଜାଙ୍କ କାର୍ୟ୍ୟକ୍ରମ କୁ ଉପଭୋଗ କରିଥିଲେ।ସେପଟେ ଜିଲ୍ଲାର ବାରଙ୍ଗପାଳି ଠାରେ ଅଲେଖ ମହିମା ଧର୍ମୀ ମାନେ ଲୋକଙ୍କ ମନସ୍କାମନା ଓ ଶାନ୍ତି ରହିବା ପାଇଁ ହୋମ ଯଜ୍ଞ କରି ଥାଆନ୍ତି ବୋଲି ମହିମା ଧର୍ମୀ କହିଛନ୍ତି।