ବର୍ଷକ ଭିତରେ ଦିଲ୍ଲୀ ହରାଇଲା ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ

0

(ମମତା ସାମଲ)ରିପୋର୍ଟସଟୁଡେ: ଗତକାଲି ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକ ହୋଇଛି । ସୁଷମା ସ୍ୱରାଜଙ୍କୁ ବିଜେପି ଜଣେ ଶକ୍ତିଶାଳୀ ନେତ୍ରୀ ଭାବେ ଗଣତି କରାଯାଉଥିଲା । ନିଜର ଶୃଙ୍ଖଳିତ ବ୍ୟବହାର ଓ ତେଜସ୍ୱୀ ଭାଷଣ ବଳରେ ସୁଷମା ସ୍ୱରାଜ ଭାରତୀୟ ରାଜନୀତିରେ ପରିଚିତ ଥିଲେ । କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ସୁଷମା ସ୍ୱରାଜ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ସୁଷମାଙ୍କ ପରଲୋକ ସହିତ ଏକ ବର୍ଷ ମଧ୍ୟରେ ଦିଲ୍ଲୀ ୩ଜଣ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି ।
ସୂଚନାଯୋଗ୍ୟ ସୁଷମା ସ୍ୱରାଜ ୧୯୯୮ ଅକ୍ଟୋବରରୁ ଡିସେମ୍ବର ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ହୃଦଘାତ ଯୋଗୁଁ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି । ଗତ ଜୁଲାଇରେ ହୃଦଘାତ ଯୋଗୁଁ ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଥିଲା । ଶୀଲା ଦୀକ୍ଷିତ ଜୁଲାଇ ୨୦ରେ ଫୋର୍ଟିସ ଏକ୍ସକର୍ଟ ହସ୍ପିଟାଲରେ ଶେଷ ନିଃଶ୍ୱାସ ନେଇଥିଲେ । ସେ ବର୍ଷ ୧୯୯୮ ରୁ ୨୦୧୩ ଯାଏଁ କ୍ରମାଗତ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ।
ସେହିପରି ୧୯୯୩ ରୁ ୧୯୯୬ ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ମଦନଲାଲ ଖୁରାନାଙ୍କ ୨୦୧୮ ଅକ୍ଟୋବରରେ ପରଲୋକ ହୋଇଥିଲା । ଖୁରାନା ୮୨ ବର୍ଷ ବୟସରେ ପରଲୋକ ହୋଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବ୍ୟତୀତ ଖୁରାନ ୨୦୦୪ରେ ରାଜସ୍ଥାନର ରାଜ୍ୟପାଳ ଥିଲେ । ଏଭଳି ଭାବରେ ଦିଲ୍ଲୀ ଏକ ବର୍ଷ ମଧ୍ୟରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି ।